ପାଣ୍ଡ୍ୟା ବ୍ରଦର୍ସ ମୁହାଁମୁହିଁ

0 52

ମୁମ୍ବାଇ: ଏଥର ଆଇପିଏଲ ଏକ ନୂଆ ଢଙ୍ଗରେ ଆରମ୍ଭ ହୋଇଛି । ଏହି କାରଣରୁ କ୍ରକେଟପ୍ରେମୀ ଉତ୍ସାହିତ । ଚଳିତ ଆଇପିଏଲରେ ନୂଆ କରି ସାମିଲ ହୋଇଥିବା ଲକ୍ଷ୍‌ନୌ ସୁପର ଜିଆଣ୍ଟସ ଓ ଗୁଜରାଟ ଟାଇଟନ୍ସ ଆଜି ମୈଦାନକୁ ଓହ୍ଲାଇଛନ୍ତି । ଏହି ମ୍ୟାଚରେ ଗୁଜରାଟ ଅଧିନାୟକ ହାର୍‌ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି କେଏଲ ରାହୁଲଙ୍କ ଲକ୍ଷ୍‌ନୌକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ହାର୍‌ଦ୍ଦିକ ପ୍ରଥମଥର ପାଇଁ କୌଣସି ଆଇପିଏଲ ଟିମ୍‌ର ନେତୃତ୍ୱ ନେଉଛନ୍ତି । ସେହିପରି ରାହୁଲ ପୂର୍ବରୁ ପଞ୍ଜାବ କିଙ୍ଗସର ଅଧିନାୟକ ଥିଲେ । ଦୁଇ ଦଳ କେମିତି ନିଜ ନିଜର ପ୍ରଥମ ମ୍ୟାଚ୍‌ରେ ପ୍ରଦର୍ଶନ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର । ଗୁଜରାଟରେ ୪ ବିଦେଶୀ ଖେଳାଳି ରଶିଦ ଖାନ, ଲକି ଫର୍ଗୁସନ, ମାଥ୍ୟୁ ୱେଡ ଓ ଡାଭିଡ ମିଲର ସ୍ଥାନ ପାଇଛନ୍ତି । ଏମାନଙ୍କ ବ୍ୟତୀତ ଶୁବମନ ଗିଲ, ବିଜୟ ଶଙ୍କର, ଯୁବ ଖେଳାଳି ଅଭିନବ ମନୋହର, ରାହୁଲ ତେୱାତିଆ,ବରୁଣ ଅରୁଣ ଓ ଅଭିଜ୍ଞ ମହମ୍ମଦ ଶାମି ରହିଛନ୍ତି । ଲକ୍ଷ୍‌ନୌ କଥା ବିଚାରକୁ ନେଲେ ଦଳ ପ୍ରଥମ ମ୍ୟାଚରେ କେବଳ ୩ ବିଦେଶୀ ଖେଳାଳି ଇଭିନ ଲୁଇସ, କ୍ୱିଣ୍ଟନ ଡି’କକ ଓ ଦୁଶୁମନ୍ତ ଚାମିରାଙ୍କୁ ସୁଯୋଗ ଦେଇଛି । ବାକି ୮ ଖେଳାଳି ଭାରତୀୟ । ଏମାନଙ୍କ ମଧ୍ୟ ଅଧିନାୟକ କେଏଲ ରାହୁଲ, ମନୀଷ ପାଣ୍‌ଡେ, ଦୀପକ ହୁଡ୍ଡା, କ୍ରୁନାଲ ପାଣ୍ଡ୍ୟା, ମୋହିସିନ ଖାନ, ଆୟୂଷ ବାଦୋନି, ରବି ବିଷ୍ଣ?ଇ ଓ ଆଭେଶ ଖାନ ରହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରଥମଥର ପାଇଁ ଆଇପିଏଲରେ ପାଣ୍ଡ୍ୟା ବ୍ରଦର୍ସ ମୁହାଁମୁହିଁ ହେବାକୁ ଯାଉଛନ୍ତି ।

hiranchal ad1
Leave A Reply

Your email address will not be published.

thirteen + 12 =