୪ ନମ୍ବରରେ କାହିଁକି ବ୍ୟାଟିଂ କଲେ ହାର୍ଦ୍ଦିକ, ଜାଣନ୍ତୁ କାରଣ

0 93

ମୁମ୍ବାଇ : ଆଇପିଏଲ-୧୫ତମ ସିଜିନରେ ପ୍ରଥମ ଥର ପାଇଁ ସାମିଲ ହୋଇଥିବା ଦୁଇ ନୂତନ ଟିମ ଗୁଜରାଟ ଟାଇଟନ୍ସ ଓ Lucknow Supergiants ମଧ୍ୟରେ ଗତକାଲି ମ୍ୟାଚ୍‌ ଖେଳାଯାଇଥିଲା । ଏଥିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଟିମ୍‌ କେଏଲ ରାହୁଲଙ୍କ ଟିମକୁ ୫ ଉଇକେଟ ହରାଇ ଆଇପିଏଲରେ ନିଜର ପ୍ରଥମ ବିଜୟ ହାସଲ କରିଛି । ଏହି ବିଜୟ ପରେ ଅଧିନାୟକ ହାର୍ଦ୍ଦିକ ବହୁତ ଖୁସି ଥିବା ଜଣାପଡିଛି । ମ୍ୟାଚ୍‌ ପରେ ସେ ତାଙ୍କ ବ୍ୟାଟିଂ ସ୍ଥିତି(ପଜିସନ) ବିଷୟରେ ମଧ୍ୟ କହିଥିଲେ । ସେ ଏହି ମ୍ୟାଚରେ ଚାରି ନମ୍ବର ସ୍ଥାନରେ ଖେଳିବାକୁ ପଡିଆକୁ ଓହ୍ଲାଇଥିଲେ ଓ ଦଳ ପାଇଁ ମଧ୍ୟ ଉପଯୋଗୀ ସାବ୍ୟସ୍ତ ହୋଇଥିଲେ ।
ଏହାପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କିମ୍ବା ଟିମ୍‌ ଇଣ୍ଡିଆ ପାଇଁ ହାର୍‌ଦ୍ଦିକ ପ୍ରାୟତ ଛଅ କିମ୍ବା ସାତ ନମ୍ବରରେ ବ୍ୟାଟିଂ କରିବାକୁ ଆସିଛନ୍ତି । ମ୍ୟାଚ୍‌ ପରେ ହାର୍ଦ୍ଦିକ କହିଛନ୍ତି, ‘ଏହା ଆମ ପାଇଁ ସଠିକ୍‌ ମ୍ୟାଚ୍‌ ଥିଲା, ଆମେ ଜିତି ଅନେକ କିଛି ଶିଖିଲୁ । ମହମ୍ମଦ ଶାମି ତାଙ୍କର ସିମ୍‌ ସ୍ଥିତି ପାଇଁ ଜଣାଶୁଣା ଏବଂ ସେ ଆମକୁ ଭଲ ଆରମ୍ଭ ଦେଇଥିଲେ । ଆମେ ଏହି ପିଚରେ ୧୬୦ ରନ ସହଜରେ କରିପାରିବୁ ବୋଲି ଆମ ଆଶା ଥିଲା । ସେ ଆହୁରି ମଧ୍ୟ କହିଛନ୍ତି ମୁଁ ଅଧିକାଂଶ ସମୟରେ ୪ ନମ୍ବରରେ ବ୍ୟାଟିଂ କରିବି, ଯାହା ଦ୍ୱାରା ମୁଁ ମୋର ଅନୁଭୂତିରୁ ଚାପ ନେଇପାରିବି ଏବଂ ବାକି ଖେଳାଳିମାନେ ମୁକ୍ତ ଭାବରେ ଖେଳିପାରିବେ ।
ସେ ଆହୁରି କହିଛନ୍ତି, ‘ଆମେ ଏକ ଦଳ ଭାବେ ମ୍ୟାଚ୍‌ ଜିତିବାକୁ ଚାହୁଁଛୁ । ମନୋହର ଜଣେ ମହାନ ଖେଳାଳି । ସେ ଜଣେ ଖେଳାଳୀ ଯାହାଙ୍କ ବିଷୟରେ ଭବିଷ୍ୟତରେ ଆପଣ ବହୁତ କିଛି ଶୁଣିବେ । ରାହୁଲ ତିୱତେଆ ବିଷୟରେ ଆପଣମାନେ ସମସ୍ତେ ଜାଣନ୍ତି ବୋଲି ସେ କହିଥିଲେ । ଯଦି ଆମେ ଏହି ମ୍ୟାଚରେ ହାରିଥାନ୍ତୁ ତେବେ ମୁଁ ଯେଉଁ କୃଣାଲଙ୍କ ବଲରେ ଆଉଟ ହୋଇଥିଲେ ତାହା ମଧ୍ୟ ଅତ୍ୟନ୍ତ କଷ୍ଟ ଦେଇଥାନ୍ତି । ଆମ ବିଜୟରେ ଆମ ପରିବାର ନିରପେକ୍ଷ ବୋଲି ସେ କହିଛନ୍ତି । ଆମ ପରିବାର ଉଭୟ ଟିମକୁ ସମର୍ଥନ କରୁଛନ୍ତି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

4 × 5 =