ଗଞ୍ଜାମ /ବ୍ରହ୍ମପୁର :ରାଜ୍ୟର ଏକ ଅନନ୍ୟ ସାଂସ୍କୃତିକ ପ୍ରତିଷ୍ଠାନ ମଞ୍ଚଜ୍ୟୋତି ଏବଂ ଜାତୀୟ ସଙ୍ଗୀତ କଳା କେନ୍ଦ୍ରର ସମ୍ମିଳିତ ଉଦ୍ୟମରେ କଳା କେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ବିଶ୍ୱ ନାଟ୍ୟ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଶିକ୍ଷା ପ୍ରଦୀପ ଦେବୀ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଂସ୍କୃତିକ ମହୋତ୍ସବରେ ମାନସ ଭବନ ସଭାପତି ସି ଏଚ଼ ସନ୍ତୋଷ କୁମାର ସୁବୁଦ୍ଧି, ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ ସଭାପତି କେ. ବଳରାମ ଦାସ, ନାଟ୍ୟଶ୍ରୀ ଫାଉଣ୍ଡେସନ ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର, ବାଲିଗୁଡ଼ା ବରିଷ୍ଠ ରାଜସ୍ୱ ସହାୟକ ଅଶ୍ୱିନୀ କୁମାର ବେହେରା, ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ଉପଦେଷ୍ଟା ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା ଏବଂ ମଞ୍ଚଜ୍ୟୋତି ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ଅତିଥି ଭାବରେ ଯୋଗଦେଇ ବିଶ୍ୱ ନାଟ୍ୟ ଦିବସ କଳାକାର ସଂହତି ଓ ଅସ୍ମିତାର ପରିଚାୟକ ବୋଲି ମତବ୍ୟକ୍ତ କରିଥିଲେ । ବିଶ୍ୱରେ ଶାନ୍ତି ପ୍ରତିଷ୍ଠାର ସୂତ୍ରଧର କଳାକାର ସମାଜ ପକ୍ଷରୁ ସମ୍ପ୍ରତି ବିଶ୍ୱ ବୁକୁରେ ଚାଲିଥିବା ଯୁଦ୍ଧ ଘମାଘୋଟର ନିନ୍ଦା ପ୍ରସ୍ତାବ ଉତ୍ଥାପିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠାନ ଦ୍ୱୟ ପକ୍ଷରୁ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ, ନିର୍ଦ୍ଦେଶକ ଦିନବନ୍ଧୁ ସାହୁ, କଳାକାର ଶରତ ଚନ୍ଦ୍ର ସ୍ୱାଇଁ, ନାଟ୍ୟ ଗୁରୁ ସନାତନ ନାୟକ, ଜି ସୁବାରାଓ ଦୋରା, ରୋହିତ ବେହେରା, କେ. ପର୍ଶୁରାମ ଦୋରା, ରବି ପଟ୍ଟନାୟକ, ହିନ ବେହେରା ପ୍ରମୁଖ ନାଟ୍ୟ ମନସ୍କଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗୁରୁ ହରିଶ୍ଚନ୍ଦ୍ର ଦାସ ଏବଂ ଗୁରୁ ପ୍ରସାଦ ରାଓଙ୍କ ଛାତ୍ରୀମାନେ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିଥିଲେ । ପରେ ପରେ ଗାଙ୍ଗନାପୁର, ମା’ ଠାକୁରାଣୀ ଯୁବନାଟ୍ୟ ସଂସଦ ପ୍ରଯୋଜିତ ତଥା ଗୁରୁ ସନାତନ ନାୟକ ନିର୍ଦ୍ଦେଶିତ ରାମାୟଣ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ ରାମ ପ୍ରସାଦ ସାବତ, ପ୍ରଦୀପ କୁମାର ସାହୁ, କୁନୁ ବେହେରା, ମହେନ୍ଦ୍ର କୁମାର ସାହୁ, ରମେଶ ଚନ୍ଦ୍ର ସ୍ୱାଇଁ, ସଞ୍ଜୟ କୁମାର ବିଷୋୟୀ, ମାମିନା ମିଶ୍ର, ଶୃତି ସ୍ୱାଧୀନା ସାବତ, ଉମାମଣି ସାବତ ପ୍ରମୁଖ ସହଯୋଗ କରିଥିଲେ । ପ୍ରାରମ୍ଭରେ ମଞ୍ଚଜ୍ୟୋତି ସମ୍ପାଦକ ନୃତ୍ୟାଚାର୍ଯ୍ୟ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପରିଶେଷରେ କଳା କେନ୍ଦ୍ର ସମ୍ପାଦକ ସ୍ୱରଗୌରବ କୃଷ୍ଣ ପ୍ରସାଦ ସାବତ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।