୧୩ବର୍ଷ ବଡ ଆଇଏଏସଙ୍କୁ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଟିନା, ପ୍ରେମ ବିବାହ ପରେ ହୋଇଥିଲା ତଲାକ

0 214

ନୂଆଦିଲ୍ଲୀ : ୨୦୧୫ ମସିଆ ୟୁପିଏସସି ପରୀକ୍ଷାରେ ପ୍ରଥମ ର‍୍ୟାଙ୍କ ହାସଲ ପ୍ରଥମ ଥର ପାଇଁ ଟିନା ଡାବି ଚର୍ଚ୍ଚାକୁ ଆସିଥିଲେ । ସେତେବେଳେ ତାଙ୍କୁ ୨୨ ବର୍ଷ ବୟସ ହୋଇଥିଲା । ଏହାପରେ ତାଙ୍କର ପ୍ରେମ ସଂପର୍କକୁ ନେଇ ସେ ଖୁବ ଚର୍ଚ୍ଚାରେ ରହିଥିଲେ । ଟିନା ପ୍ରତି ୨ ବର୍ଷ ଥରେ ତାଙ୍କ ସଂପର୍କକୁ ନେଇ ବଡ ନିଷ୍ପତ୍ତି ନେଉଥିବା ଦେଖିବାକୁ ମିଳୁଛି । ୨୦୧୬ ମସିହାରେ ପ୍ରଥମ ଥର ପ୍ରେମ, ପୁଣି ୨୦୧୮ରେ ବିବାହ, ୨୦୨୨ ମସିହାରେ ବିବାହ ବିଚ୍ଛେଦ ଓ ୨୦୨୨ରେ ଦ୍ୱିତୀୟ ବିବାହକୁ ନେଇ ସେ ଏବେ ଖୁବ ଚର୍ଚ୍ଚାରେ ରହିଛନ୍ତି । ଟିନା ତାଙ୍କର ନୂଆ ଜୀବନସାଥୀ ଚୟନ କରିନେଇଛନ୍ତି । ଟିନା ମଧ୍ୟପ୍ରଦେଶର ମୂଳ ବାସିନ୍ଦା । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ଗ୍ରାଜୁଏସନ କରିଥିଲେ । ଏଥିରେ ଟିନା ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହାପରେ ଟିନା ପ୍ରଥମ ପ୍ରୟାସରେ ୟୁପିଏସସି ପରୀକ୍ଷାରେ ଟପ୍ପର ହୋଇଥିଲେ । ଟ୍ରେନିଂ ଅବସରରେ ୨୦୧୫ ୟୁପିଏସସି ପରୀକ୍ଷାର ଦ୍ୱିତୀୟ ଟପ୍ପରଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ତାଙ୍କର ନାମ ଅତହର ଅମିର ଖାନ । ସେ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ବାସିନ୍ଦା ଅଟନ୍ତି ।

hiring

୨୦୧୬ ମସିହାରେ ଦିଲ୍ଲୀରେ ଏକ ସମାରୋହରେ ଉଭୟଙ୍କୁ ପୁଣି ଥରେ ଦେଖିବାକୁ ମିଳିଥିଲା । ଏହାପରେ ଉଭୟଙ୍କ ମିଳାମିଶା ଆହୁରି ବଢିଥିଲା । ଶେଷରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ବିବାହ ମଧ୍ୟ କରିଥିଲେ । ଏକ ସାକ୍ଷାତକାରରେ ଟିନା କହିଥିଲେ ଅତହରଙ୍କ ଇଣ୍ଟିଲିଜେନ୍ସ ଓ ବ୍ୟକ୍ତିତ୍ୱରେ ସେ ଖୁବ୍‌ ପ୍ରଭାବିତ ହୋଇ ତାଙ୍କୁ ପ୍ରଥମ ଦେଖାରୁ ହିଁ ମନେ ଦେଇଥିଲେ ବୋଲି କହିଥିଲେ । ୨ ବର୍ଷ ପର୍ଯ୍ୟନ୍ତ ତାଙ୍କର ବୈବାହିକ ଜୀବନ ସବୁ ଠିକ୍‌ଠାକ୍‌ ଚାଲିଥିଲା । ୨୦୨୦ ମସିହାରେ ଉଭୟେ ତଲାକ ଦେଇଥିବା ନେଇ ସୋସିଆଲ ମିଡିଆରେ ଘୋଷଣା କରିଥିଲେ । ଏହାକୁ ନେଇ ସେହି ସମୟରେ ତାଙ୍କର ସମର୍ଥକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
୨୫ବର୍ଷିୟ ମହିଳା ଆଏଏସ ବର୍ତ୍ତମାନ ରାଜସ୍ଥାନର ଫାଇନାନ୍ସ ଡିପାର୍ଟମେଣ୍ଟର ଜଏଣ୍ଟ ସେକ୍ରେଟେରୀ ଅଛନ୍ତି । ସେ ତାଙ୍କ ଜୀବନର ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସେ ପ୍ରଦୀପ ଗୱାଣ୍ଡେଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସେ ୨୦୧୩ ବ୍ୟାଚ୍‌ ଆଇଏଏସ ଅଫିସର । ପ୍ରଦୀପ ଏବେ ରାଜସ୍ଥାନ ଆର୍କିୟୋଲୋଜି ଆଣ୍ଡ ମ୍ୟୁଜିୟମ୍‌ ଡିପାର୍ଟମେଣ୍ଟର ଡାଏରେକ୍ଟର ଅଛନ୍ତି । ପ୍ରଦୀପଙ୍କ ଜନ୍ମ ୯ ଡିସେମ୍ବର ୧୯୮୦ ମସିହାରେ ହୋଇଥିଲା । ସେ ଟିନାଙ୍କଠାରୁ ୧୩ ବର୍ଷ ବଡ । ପ୍ରଦୀପ ନାସିକ ସରକାରୀ ମେଡିକାଲ କଲେଜରୁ ସେକେଣ୍ଡ ଡିଭିଜନରେ ଏମବିବିଏସ ହାସଲ କରିଥିଲେ । ପରେ ୟୁପିଏସସି ପରୀକ୍ଷାରେ ଉତ୍ତୀଣ୍ଣ ହୋଇଥିଲେ । ଟ୍ରେନିଂ ସମୟରେ ତାଙ୍କୁ ରାଜସ୍ଥାନ କ୍ୟାଡର ମିଳିଥିଲା ।

hiranchal ad1
Leave A Reply

Your email address will not be published.

eleven − five =