ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କାଶ୍ମୀରର ଲେହ

0 54

ଶ୍ରୀନଗର: ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କାଶ୍ମୀରର ଲେହ। ମଙ୍ଗଳବାର ଏଠାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିବା ରେକର୍ଡ କରାଯାଇଛି। ସକାଳ ୭ଟା ୨୯ରେ ଭୂକମ୍ପର ଝଟକା ଲାଗିଥିଲା। ଏହାର କେନ୍ଦ୍ର ଅଲଚୀରୁ ୧୮୬ କିମି ଅର୍ଥାତ ଉତ୍ତର ଚୀନ୍ ବୋଲି କୁହାଯାଉଛି। ଭୂକମ୍ପର ଝଟକା ଲାଗିବା ପରେ ଲୋକେ ଘରୁ ବାହାରି ଯାଇଥିଲେ। ତେବେ ଏହା ଏତେ ଗୁରୁତର ନଥିଲା। ଏଥିରେ କେହି ମୃତାହତ ହୋଇଥିବା ଖବର ମଧ୍ୟ ଏବେସୁଦ୍ଧା ଆସିନାହିଁ।

hiranchal ad1
Leave A Reply

Your email address will not be published.

9 − eight =