ଘୁ.ଉଦୟଗିରି ଆହାର କେନ୍ଦ୍ରର ବାର୍ଷିକୀ ଉତ୍ସବରେ ଯୋଗ ଦେଲେ ଏନଏସି ଅଧ୍ୟକ୍ଷା, ଖାଇଲେ ଭାତ-ଡାଲମା

0 85

ଘୁ ଉଦୟଗିରି : ସ୍ଥାନୀୟ ସହରରେ ଥିବା ଆହାର କେନ୍ଦ୍ରକୁ ଆଜି ସାତ ବର୍ଷ ପୁରିଥିବା ବେଳେ ଆହାର କେନ୍ଦ୍ରକୁ ବେଲୁନ,ଫୁଲ ଲଗେଇ ସୁନ୍ଦର ଭାବେ ସଜା ଯାଇଥିଲା । ସ୍ଥାନୀୟ ବିଡିଓ ତଥା ଅତିରିକ୍ତ ଉପଜିଲ୍ଲାପାଳ ଆଶିଶ ତ୍ରିପାଠୀଙ୍କ ସମେତ ଏନଏସିର ନବନିର୍ବାଚିତ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କ ସମେତ କାଉନସିଲର ମାନେ ଆହାର କେନ୍ଦ୍ରରେ ପହଞ୍ଚି ୭ମ ବାର୍ଷିକୀ ପାଳନ କରିବା ସହ ଏକତ୍ରିତ ହୋଇ ୫ଟଙ୍କା ଦେଇ ଟିକେଟ କାଟି ଭାତ ଡାଲମା ଖାଇଥିବା ଦେଖିବାକୁ ମିଳିଥିଲା । ଏନଏସି ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡଙ୍ଗୀଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

18 + five =