ପୋଲିସ ପ୍ରତିଷ୍ଠା ଦିବସ ପାଳିତ

0 61

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରିଜର୍ଭ ପୋଲିସ ପଡ଼ିଆ ଠାରେ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥି ଯୋଗ ଦେଇ ଆନୁଷ୍ଠାନିକ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ପରେ ନିଜ ଅଭିଭାଷଣରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଦୀର୍ଘ ୮୭ ବର୍ଷ ଧରି ଓଡ଼ିଶା ପୋଲିସ ଜନସାଧାରଣଙ୍କୁ ନିରବଛିନ୍ନ ସେବା ଯୋଗାଇ ଆସୁଅଛି । ଅନେକ ବଡ଼ ବଡ଼ ସମସ୍ୟା ମୁଣ୍ଡ ଟେକି ଉଠିଥିଲା ବେଳେ ସମସ୍ୟା ସମାଧାନ ଦିଗରେ ପୋଲିସ ପ୍ରଶାସନ ଜାଗ୍ରତ ପ୍ରହରୀ ସାଜି କାର୍ଯ୍ୟ କରିଚାଲିଛି । ପ୍ରଶାସନ, ଆଇନ ଶୃଙ୍ଖଳା ରକ୍ଷା, ସୁରକ୍ଷା ପ୍ରଦାନ, ନକ୍ସଲ ଦମନ,ପ୍ରାକୃତିକ ବିପର୍ଯ୍ୟୟ ତଥା କରୋନା ମହାମାରୀ ସମୟରେ ପୋଲିସ ବାହିନୀର ସମସ୍ୟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଜନସାଧାରଣଙ୍କ ସାହାଯ୍ୟ ଓ ସହଯୋଗରେ ସାମଗ୍ରୀକ ବିକାଶର ଅଗ୍ରଣୀ ଭୂମିକା ପୋଲିସ ବାହିନୀ ନିର୍ବାହ କରିପରିବ ଏହା ନିଃସନ୍ଦେହ । ପ୍ରାକୃତିକ ସମ୍ପଦ ଭରା ଗଜପତି ଜିଲ୍ଲାରେ ଗରିବ ଆଦିବାସୀମାନଙ୍କର ସୁରକ୍ଷା ପ୍ରଦାନ ତଥା ଉନ୍ନତି ଜିଲ୍ଲା ପୋଲିସର ଏକାନ୍ତ କାମ୍ୟ ଏହା ପାଇଁ ଅତୀତରେ ଆମ ଜିଲ୍ଲା ପୋଲିସ ବାହିନୀର ଯବାନକୁ ଜୀବନ ତଥା ବହୁ ମୂଲ୍ୟ ଦେବାକୁ ପଡିଛି । ଅନେକ ବାଧାବିଘ୍ନ ସତ୍ତେ୍ୱ ଆମ ଜିଲ୍ଲାର ପୋଲିସ ବାହିନୀର ମନୋବଳ ସୁଦୃଢ଼ ରହିଛି ଓ ରହିବ ଏହା ମୋର ଦୃଢ଼ ବିଶ୍ୱାସ । ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବାର୍ତ୍ତା ପଠନ କରିଥିଲେ । ଉତ୍ତମ ସେବା, ଭଲ କାର୍ଯ୍ୟ କରିଥିବା କର୍ମଚାରୀଙ୍କୁ ପୁଷ୍ପଗୁଚ୍ଛ ମାନପତ୍ର ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଏସଡିପିଓ ରାମକୃଷ୍ଣ ପତି, ସର୍ଜନ ଅଲ୍ଲୀ ରଞ୍ଜନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାମଦେବ ସିଂ, କମାଣ୍ଟେଟ ଜୁରୀଆ ବେହେରାଙ୍କ ସମେତ ବହୁ ପୋଲିସ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଡ଼ମ୍ବୁରୁଧର ହନାଙ୍ଗା ରିଜର୍ଭ ପୋଲିସ ଇନ୍ସପେକ୍ଟରଙ୍କ ଦ୍ୱାରା ପ୍ୟାରେଡ଼ ପରିଚାଳିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

eleven − eleven =