ଯୋଗୀନ୍ଦ୍ରଦେବ ଉଚ୍ଚବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

0 89

ବୌଦ୍ଧ,୧/୪- ବୌଦ୍ଧ ଯୋଗୀନ୍ଦ୍ରଦେବ ଉଚ୍ଚବିଦ୍ୟାଳୟ ସଭାଗୃହରେ ପ୍ରଧାନ ଶିକ୍ଷକ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଉତ୍କଳ ଦିବସ ଓ ବିଦ୍ୟାଳୟସ୍ତରୀୟ ପୁସ୍ତକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶ୍ରୀ ଘିବେଲା, ବରିଷ୍ଠ ଶିକ୍ଷକ ଟଙ୍କଧର ସାହୁଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଜଣେ ଜଣେ ଛାତ୍ର ଉତ୍କଳର ବରପୁତ୍ର ପଣ୍ଡିତ ଗୋପବନ୍ଧୁ ଦାସ ଓ ମଧୁସୂଦନ ଦାସଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରିଥିଲେ । ମାତୃଭାଷା ମାତୃଭୂମି ଉଭୟେ ଜନନୀ, ଆମେ ଯାହା କାମ କରୁଛେ ଦେଶ ପାଇଁ କରୁଛେ, ନିଜ ମାତୃଭାଷାରେ କହିଲେ ସାଧାରଣ ଜନତା ସହଜରେ ବୁଝିପାରିଥାନ୍ତି ବୋଲି କହିବା ସହିତ ଓଡିଶା ଗଠନରେ ତତ୍କାଳୀନ ଓଡିଶାର ବରପୁତ୍ର ମାନଙ୍କର ଭୂମିକା ଉପରେ ପ୍ରଧାନ ଶିକ୍ଷକ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଘିବେଲା ବକ୍ତବ୍ୟ ରଖିଥିଲେ ।

hiring

ଶିକ୍ଷକ ବିଜୟ କୁମାର କ୍ଷେତି, ଛାତ୍ର ଦେବୀପ୍ରସାଦ ସାହୁ, କାହ୍ନା ମେହେର ପ୍ରମୁଖ ଓଡିଶା ଦିବସ ଉପଲକ୍ଷେ ବକ୍ତବ୍ୟ ଦେଇଥିଲେ । ଏହାପରେ ବିଦ୍ୟାଳୟର ପ୍ରାଚୀର ପତ୍ରିକା “ଆମ ସୃଷ୍ଟି’ ଉନ୍ମୋଚନ କରାଯାଇଥିଲା । ବିଦ୍ୟାଳୟର ପୁସ୍ତକ ପ୍ରଦର୍ଶନୀକୁ ପ୍ରଧାନ ଶିକ୍ଷକ ଶ୍ରୀ ଘିବେଲା ଓ ବରିଷ୍ଠ ଶିକ୍ଷକ ଶ୍ରୀ ସାହୁ ଉଦଘାଟନ କରିଥିଲେ । ପିଲାମାନେ ଉକ୍ତ ପୁସ୍ତକ ଗୁଡିକ ବୁଲିଦେଖିଥିଲୋ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମଞ୍ଜିତ ମୋହନ ଚାନ୍ଦ, ବିଜୟ କୁମାର ପ୍ରଧାନ, ଅର୍ଚ୍ଚନା ମହାନ୍ତି, ମମତା ସାହୁ, ମୀନାରାଣୀ ପଣ୍ଡା, ସଂଜୀବ କୁମାର ପ୍ରଧାନ, ସନ୍ଧ୍ୟାରାଣୀ ମିଶ୍ର, କୁମୁଦିନୀ ଦେବୀ ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

three × three =