ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଯାତ୍ରୀବାହୀ ବସ୍‌ ସହିତ ଗ୍ୟାସ ଟ୍ରକ ଧକ୍କା

0 2,375

ଦଶପଲ୍ଲା,୨/୪: – ଆଜି ଦିନ ୧୨ ଟା ସମୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଟାକରାଘାଟି ଉପରେ ଏକ ଗ୍ୟାସ୍‌ ବୋଝେଇ ଟ୍ରକ୍‌ ସହିତ ,ଓଡ଼ିଶା ପରିବହନ ନିଗମର ଜଟଣୀ କଣ୍ଟାମାଳ ଯାତ୍ରୀବାହୀ ବସ୍‌ ମୁହାଁମୁହିଁ ଧକ୍କାହେବା ଯୋଗୁଁ ବସ୍‌ ଡ୍ରାଇଭରଙ୍କ ଦୁଇଟିଯାକ ଗୋଡ଼ ଭାଙ୍ଗିିଯାଇ ଗୁରୁତର ହୋଇଥିବାବେଳେ, ବହୁ ବସ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଯୁବକ ମାନେ ଉଦ୍ଧାରକରି ଦଶପଲ୍ଲା ଡାକ୍ତରଖାନାକୁ ପଠାଇଛନ୍ତି । ଖବର ଲେଖାଯିବା ସୁଦ୍ଧା ଟ୍ରକ୍‌ ଡ଼୍ରାଇଭରକୁ ଉଦ୍ଧାର କରାଯାଇପାରିନାହିଁ । ପାରିପାର୍ଶ୍ୱିକ ସ୍ଥିତିରୁ ଟ୍ରକ୍‌ ଡ଼୍ରାଇଭରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ଦଶପଲ୍ଲା ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

nine − two =