ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା, ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ

0 77

ପୁରୀ : ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ରୋଷଘରେ ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ । ଆନନ୍ଦବଜାରରେ ବ୍ୟବସାୟିକ ଶତୃତାକୁ କେନ୍ଦ୍ରକରି ଚୁଲି ଭଙ୍ଗାଯାଇଥିବା ଆଶଙ୍କା । ଗତକାଲି ରାତିରେ ଘଟିଛି ଘଟଣା । ମହାପ୍ରଭୁଙ୍କ ବଡସିଂହାର ବେଶ ପରେ ପହୁଡ ନିତି ସମୟରେ ରୋଷଘର ଧୋପଖାଳ ହେବା ପରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଅନୁମାନ କରୁଛି ପୁଲିସ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଘଟଣାର ଚାଲିଛି ଛାନବିନ । ରୋଷଶାଳାରେ ସାତପୁରୀ ରୋଷ, ପିଠାପୁରୀ ରୋଷ ଓ ତାଡପୁରୀ ରୋଷର ପ୍ରାୟ ୧୮୯ ଚୁଲି ରହିଥିବା ବେଳେ ଏଥିରେ ମହାପ୍ରଭୁଙ୍କ ଲାଗି ମହାପ୍ରସାଦ ଲାଗି ହୋଇଥାଏ । ବିଶେଷକରି ବରାଦି ଭୋଗ ପ୍ରସ୍ତୁତି ହୋଇଥାଏ ।ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀମନ୍ଦିର ଯାଇ ତଦନ୍ତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

19 + fifteen =