ରିଲିଜ ହେଲା କତ୍ତାର ଫିଫା ବିଶ୍ୱକପର ଗୀତ

0 56

ଲଣ୍ଡନ : ଫିଫା ବିଶ୍ୱ କପ-୨୦୨୨ କତ୍ତାରରେ ଖେଳାଯିବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଜି ଫିଫା ଏହାର ଅଫିିଆଲ ଗୀତ ରିଲିଜ କରିଛି । ଏହାର ଟାଇଟଲ ରହିଛି-ହୟା ହୟା(ବେଟର ଟୁଗେଦର) । ଏହି କୋରସ ଗୀତରେ କଣ୍ଠଦାନ କରିଛନ୍ତି କାର୍ଡୋନା,ଡାଭିଡୋ ଓ ଆଇଶା । ପ୍ରଥମଥର ପାଇଁ ଫିଫା ବିଶ୍ୱ କପର ଅଫିସିଆଲ ଗୀତ ବିବିଧତା ଭିତରେ ଏକତାର ବାର୍ତ୍ତା ବହନ କରୁଛି । ଏଥିରେ ଅଲଗା ଅଲଗା ଦେଶର କଣ୍ଠଶିଳ୍ଫୀମାନେ କଣ୍ଠଦାନ କରିଛନ୍ତି । ଆଜି ଏହାର ସାଉଣ୍ଡଟ୍ରାକ ରିଲିଜ ସଂପର୍କରେ ସଙ୍ଗଠନ ଏକ ପ୍ରେସ ଇସ୍ତାହାର ଜାରି କରି କହିଛି ଯେ ବିଶ୍ୱକପ ଇତିହାସରେ ପ୍ରଥମଥର ପାଇଁ ଏହାର ଗୀତକୁ ବହୁଦେଶୀୟ କରାଯାଇଛି । ଏଥିରେ ସାରା ବିଶ୍ୱକୁ ଦେଖିହେବ । ଏହା କେବଳ ଏକ ଗୀତ ନୁହେଁ,ବିଶ୍ୱ ଭାଇଚାରାର ପ୍ରତୀକ । ଏଥିରେ ଅଂଶଗ୍ରହଣକାରୀ ଦେଶଗୁଡ଼ିକର କଳା,ସଂସ୍କୃତି,ସଙ୍ଗୀତର ଝଲଖ ରହିଛି । ଏହା ଶ୍ରୋତାମାନଙ୍କୁ ସାରା ବିଶ୍ୱ ସହ ଯୋଡ଼ିବ । ଏଡା ପ୍ରେରଣାଦାୟୀ ଓ ଭାବପୂର୍ଣ୍ଣ ବୋଲି କୁହାଯାଇଛି ।

hiranchal ad1
Leave A Reply

Your email address will not be published.

4 × 1 =