ବାଣୀଗୋଛା ରୁଦ୍ରକାଳୀଙ୍କ ଦଣ୍ଡଯାତ୍ରା ଆରମ୍ଭ

0 455

ଦଶପଲ୍ଲା: ଦଶପଲ୍ଲା ବ୍ଲକ୍‌ ବାଣୀଗୋଛା ଗ୍ରାମରେ ବିରାଜିତ ଦଶପଲ୍ଲା ପଶ୍ଚିମାଞ୍ଚଳର ପ୍ରସିଦ୍ଧ ରୁଦ୍ରକାଳୀଙ୍କ ପୀଠରେ ଆଜିଠାରୁ ୧୧ ଦିନାତ୍ମକ ଦଣ୍ଡଯାତ୍ରା ବା ଝାମୁଯାତ୍ରା ଆରମ୍ଭ ହୋଇଛି । ଗତ ରାତ୍ର ୧୧ ଘଟିକା ସମୟେ ପାରଂପାରିକ ବିଧିମତେ କାମନା ମନ୍ଦିରରୁ ଦଣ୍ଡକାଳୀଙ୍କୁ ଜଳତୋଠକୁ ନେଇ ସେଠାରେ ବୈଦିକ ମତେ ହୋମ ଓ ଘୃତାହୁତି ହେବାସହିତ, ଜୀବନ୍ୟାସ ପ୍ରଦାନ ପୂର୍ବକ ପାଟଦଣ୍ଡ ଓ ପାଣିଦଣ୍ଡରେ ରୁଦ୍ରାଗ୍ନୀ ସଂଯୋଗ ପରେ ପୁରୋହିତ, ପୂଜକ, ପାଟଦଣ୍ଡୁଆ,ପାଣିଦଣ୍ଡୁଆ, କାଳୀକା ମେଢ଼ ଓ ୧୩ ଋଷିପୁତ୍ର ( ଦଣ୍ଡୁଆ ) କାମନାଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ପ୍ରାତଃ ମୂହୁର୍ତ୍ତରେ ଗ୍ରାମ ମୂଖିଆଙ୍କ ଗୃହରେ ପ୍ରଥମ ବନ୍ଦାପନା ଓ ଆଳତୀ ପରେ ଦଣ୍ଡକାଳୀ ଗ୍ରାମଦାଣ୍ଡକୁ ଧୂଳିଦଣ୍ଡ ପାଇଁ ବିଜେ କରିଥିଲେ । ସଂଧ୍ୟାରେ ଜଳତୋଠରେ ମହାସ୍ନାନ ପରେ ଗ୍ରାମର ପ୍ରତ୍ୟେକ ଦ୍ୱାରେ ଦ୍ୱାରେ ବାଳଭୋଗ ଲାଗି ପରେ ଠାକୁରଙ୍କ ନିକଟରେ ରାତ୍ରିର ପ୍ରଥମ ପ୍ରହରେ ପଣାଲାଗି ହୋବାପରେ ଦ୍ୱିତୀୟ ପ୍ରହରରେ ଅନ୍ନଭୋଗ ଓ ଆଳତୀ ଉପାନ୍ତେ ଠାକୁର ଗ୍ରାମ ଦାଣ୍ଡରେ ବିଜେହେବା ପରେ, ଠକୁରଙ୍କ ନିଳା ସୁଆଂଗକୁ ଗ୍ରାମର ଛୋଟ ବଡ କଳାକାରମାନେ ଅତି ଚମତ୍କାର ଶୈଳୀରେ ଅଭିନିତ କରିଥାନ୍ତି । ଏବର୍ଷ କରୋନା କଟକଣା କୋହଳ ଥିବାରୁ ଦଶପଲ୍ଲା ପଶ୍ଚିମାଞ୍ଚଳର ବହୁ ଭକ୍ତ ଓ ଦର୍ଶକଙ୍କ ସମାଗମ ହେବାର ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

thirteen − 9 =