ଜିଲ୍ଲାସ୍ତରୀୟ ଅଂଶୁଘାତ ଓ ଜଳକଷ୍ଟ ନିବାରଣ ପ୍ରଶିକ୍ଷଣ ଶିବିର

0 50

ନବରଙ୍ଗପୁର,୪/୪- ଜିଲ୍ଲାସ୍ତରୀୟ ଅଂଶୁଘାତ ଓ ଜଳକଷ୍ଟ ନିବାରଣ ଲାଗି ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କର ଏକଦିବସୀୟ ପ୍ରଶିକ୍ଷଣ ଶିବିର ଆଜି ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । “ଉତ୍ତାପ ତରଙ୍ଗ ଏବଂ ଜଳ ସଙ୍କଟ ପରିସ୍ଥିତି ପରିଚାଳନା’ ବିଷୟବସ୍ତୁ ଉପରେ ବିଭିନ୍ନସ୍ତରର ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ ମହୋଦୟ ଲୋକଙ୍କ ଜୀବନ ଏବଂ ଜୀବିକା ଉପରେ ଉତ୍ତାପ ତରଙ୍ଗ ତଥା ତାପମାତ୍ରା ବୃଦ୍ଧି କିପରି ପ୍ରତିକୂଳ ପ୍ରଭାବ ପକାଉଛି ସେ ବିଷୟରେ ଆଲୋଚନା କରିଥିଲେ । ପ୍ରାଥମିକ ସ୍ତରରେ ଏହି ଜଳବାୟୁ ପରିବର୍ତ୍ତନ ଏବଂ ଉତ୍ତାପ ତରଙ୍ଗ ସମସ୍ୟାର ସମାଧାନ ପାଇଁ ପଞ୍ଚାୟତ ସ୍ତରରୁ ଜିଲ୍ଲାସ୍ତରୀୟ ପର୍ଯ୍ୟନ୍ତ ସାମଗ୍ରିକ ତଥା ଯୁକ୍ତିଯୁକ୍ତ ଯୋଜନା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି ଉଦୀୟମାନ ସମସ୍ୟାର ସମାଧାନ ପାଇଁ ସମସ୍ତ ଜିଲ୍ଲା ଅଧିକାରୀ ସେମାନଙ୍କ ମଧ୍ୟରେ ସମନ୍ୱୟ ରଖିବା ଉଚିତ ବୋଲି ପରାମର୍ଶ ଦେଇଥିଲେ । ଜଳବାୟୁ ପରିବର୍ତ୍ତନ ଏବଂ ଆଗାମୀ ଦିନରେ ତାପମାତ୍ରା ବୃଦ୍ଧି ହେବା, ଜଙ୍ଗଲରେ ନିଆ ଲାଗିବା ଦ୍ୱାରା ଲୋକମାନେ ଆଗାମୀ ଦିନରେ ଉତ୍କଟ ସମସ୍ୟା ଦେଇ ଗତି କରିବେ ବୋଲି ଆଲୋକପାତ କରିଥିଲେ । ବିଗତ ଦିନ ମାନଙ୍କରେ କିପରି ତାପମାତ୍ରା ବୃଦ୍ଧି ହେଉଛି , ଜଳ କଷ୍ଟ ବଢୁଛି, ଜଙ୍ଗଲ କ୍ଷୟ ହେବାରେ ଲାଗିଛି । ଏହାକୁ ରୋକିବାପାଇଁ ସମସ୍ତେ ଦୃଢ ସଂକଳ୍ପ ଗ୍ରହଣ କରି ସଠିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ଅଧିକାରୀ ମାନେ ନିଜ ନିଜ ବିଭାଗର ସଠିକ ନିରୂପଣ କରିବାର ଆବଶ୍ୟକତା ଅଛି ବୋଲି ମତ ପ୍ରକାଶ ପାଇଥିଲା । ଆଜିର ଏହି କାର୍ଯ୍ୟକ୍ରମ ଏକ ଉତ୍କୃଷ୍ଟ ଏବଂ ଫଳପ୍ରଦ ତାଲିମ କାର୍ଯ୍ୟକ୍ରମ ଥିଲା ବୋଲି ଜଣାପଡିଛି । ଏହି ଶିବିରରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୌସୁମୀ ନାୟକ, ମେଡିକାଲ ଅଫିସର ସଂକଳ୍ପ ପଟ୍ଟନାୟକ ଏବଂ ଜିଲ୍ଲା ପ୍ରକଳ୍ପ ଅଧିକାରୀ, ହିମାଂଶୁ ଶେଖର ପଟ୍ଟନାୟକ, ବିଭିନ୍ନ ବିଷୟରେ ସମସ୍ତ ଜିଲ୍ଲା ଅଧିକାରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ଅଧିକାରୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ନବରଙ୍ଗପୁର ରତ୍ନାକର ସାହୁ, ଉପ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାର, ସମସ୍ତ ନିର୍ବାହୀ ଯନ୍ତ୍ରୀ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ବୃନ୍ଦ ଯୋଗ ଦେଇଥିଲେ । ଶେଷରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

4 × two =