ଦୁଇବର୍ଷ ପରେ ପାଳନ ହେବ ମା’ ଦକ୍ଷିଣକାଳୀଙ୍କ ପଣା ଯାତ୍ରା

0 129

ଦଶପଲ୍ଲା : ନୟାଗଡ଼ ପୁରୁଣା ସହରରେ ଅବସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ପଣା ସଂକ୍ରାନ୍ତି ଯାତ୍ରାର ପ୍ରାକ୍‌ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହରେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରା ଆସନ୍ତା ୧୪.୦୪.୨୦୨୨ରିଖ ଠାରୁ ଆରମ୍ଭ ହୋଇ ତା.୨୦.୦୪.୨୦୨୨ରିଖ ପର୍ଯ୍ୟନ୍ତ ୭ଦିନ ଧରି ପାଳନ କରାଯିବ ବୋଲି ନିଷ୍ପତି ହୋଇଛି । ଏହି ଯାତ୍ରା କିପରି ସୁପରିଚାଳନା ଓ ଶୃଙ୍ଖଳିତ ଭାବେ ପାଳନ କରାଯିବ ଏହା ଉପରେ ନବ ନିର୍ବାଚିତ ପୌରାଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ମା ଦକ୍ଷିଣକାଳୀ ଯାତ୍ରା ପରିଚାଳନା କମିଟିର ସଂପାଦକ କିଷାନ୍‌ କୁମାର ଦାଶ ଠାକୁରାଣୀଙ୍କ ଦୈନନ୍ଦିନ ନିତିକାନ୍ତି ଓ କାର୍ଯ୍ୟକ୍ରମ ସଂପର୍କରେ ସମସ୍ତଙ୍କୁ ଜଣାଇଥିଲେ । ପୂର୍ବ ବର୍ଷର ବିବରଣୀ ଦେବୋତ୍ତର ପରିଚାଳକ ତାପସ ରଂଜନ ପଟ୍ଟନାୟକ ପାଠ କରିଥିଲେ । ଚଳିତ ବର୍ଷ ପଣା ସଂକ୍ରାନ୍ତି ଯାତ୍ରା ଶୃଙ୍ଖଳିତ ଭାବେ ପାଳନ କରାଯିବା ପାଇଁ ଉପଜିଲ୍ଲାପାଳ ଉପସ୍ଥିତ ସଦସ୍ୟମାନଙ୍କ ସହଯୋଗ କାମନା କରିଥିଲେ ।

hiranchal ad1
Leave A Reply

Your email address will not be published.

sixteen − 2 =