ମୁମ୍ବାଇ : ଆଇପିଏଲର ସବୁଠାରୁ ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏପର୍ଯ୍ୟନ୍ତ ଲିଗ୍ ର ୧୫ ତମ ସିଜନରେ ନିଜର ପ୍ରଥମ ବିଜୟ ସନ୍ଧାନରେ ରହିଛି । ପାଞ୍ଚ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୨ ରେ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ୍ ଖେଳିଛି ଏବଂ ଉଭୟରେ ପରାଜୟର ସମ୍ମୁଖୀନ ହୋଇଛି । ବୁଧବାର ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ (ଏମସିଏ) ରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଦଳକୁ ପରବର୍ତ୍ତୀ ମ୍ୟାଚ୍ ଖେଳିବାକୁ ପଡିବ । ଅନ୍ୟପକ୍ଷରେ କୋଲକାତା ପ୍ରଥମ ତିନିଟି ମ୍ୟାଚ ମଧ୍ୟରୁ ଦୁଇଟି ଜିତିଥିବା ବେଳେ ଗୋଟିଏରେ ହାରିଛି । ଏହି ମ୍ୟାଚରେ କୋଲକାତା ପାଇଁ ଭଲ କଥା ହେଉଛି ପ୍ୟାଟ୍ କମିନ୍ସ କ୍ୱାରେଣ୍ଟାଇନ ଶେଷ କରିଛନ୍ତି ଏବଂ ବର୍ତ୍ତମାନ ସେ ଏହି ମ୍ୟାଚରେ ଦଳ ପାଇଁ ଉପଲବ୍ଧ ହେବେ ।
କୋଲକାତା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ହେବାକୁ ଯାଉଛି ଏବଂ ଏଭଳି ପରିସ୍ଥିତିରେ ଦଳ ପରିଚାଳନା ସେମାନଙ୍କ ଏକାଦଶ ଖେଳିବାରେ କୌଣସି ପରିବର୍ତ୍ତନ କରିବାକୁ ଚାହିଁବ ନାହିଁ । ତେବେ ଦେଖିବାକୁ ବାକି ରହିଲା କମିନ୍ସ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ କାହାକୁ ବାହାରେ ବସିବ ପଡବ । ଅନ୍ୟପକ୍ଷରେ ମୁମ୍ବାଇ ପାଇଁ ଭଲ କଥା ହେଉଛି ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ସମ୍ପୂର୍ଣ୍ଣ ଫିଟ୍ ଏବଂ ଆଜି ମ୍ୟାଚରେ ସେ ଖେଳିବା ପ୍ରାୟତଃ ନିଶ୍ଚିତ । ୨୦୧୮ ପରଠାରୁ ପ୍ରତ୍ୟେକ ସିଜିନରେ ସେ ୩୦୦ ରୁ ଅଧିକ ରନ୍ କରିଛନ୍ତି । ଦୁଇଥର ୪୦୦ ରୁ ଅଧିକ ଏବଂ ଥରେ ୫୦୦ ଅଧିକ ରନ ଏଥିର ଅନ୍ତର୍ଭୁକ୍ତ । ତେବେ, ତିନି ନମ୍ବର ବର୍ତ୍ତମାନ ତାଙ୍କର ପ୍ରିୟ ସ୍ଥାନ ପାଲଟିଛି ।
କୋଲକାତା ସମ୍ଭାବ୍ୟ ଏକାଦଶ: ଅଜିଙ୍କ୍ୟ ରାହାଣେ, ଭେଙ୍କଟେଶ ଆୟର, ଶ୍ରେୟାସ ଆୟର, ସାମ ବିଲିଙ୍ଗସ୍, ନୀତୀଶ ରାଣା, ଆଣ୍ଡ୍ରେ ରସେଲ, ସୁନୀଲ ନାରିନ, ଶିବମ ମାଭି, ଉମେଶ ଯାଦବ, ପ୍ୟାଟ୍ କମିନ୍ସ, ବରୁଣ ଚକ୍ରବର୍ତ୍ତୀ
ମୁମ୍ବାଇ ଇଣ୍ଡିଆନ୍ସ ସମ୍ଭାବ୍ୟ ଏକଦଶ : ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ (ଉଇକେଟ କିପର), ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, କିରେନ ପୋଲାର୍ଡ, ଟିମ ଡେଭିଡ, ଡାନିଏଲ ସାମସ, ମୁରୁଗାନ ଅଶ୍ୱିନ, ଜସପ୍ରୀତ ବୁମ୍ରା, ଟାଇମଲ ମିଲ୍ସ, ଜୟଦେବ ଉନାଦକତ
Sign in
Sign in
Recover your password.
A password will be e-mailed to you.
Prev Post