ବିଜେପି କଣ୍ଟାମାଳ ମଣ୍ଡଳ ତରଫରୁ ଦଳର ୪୨ତମ ପ୍ରତିଷ୍ଠା ଦିବସ ପାଳିତ

0 126

କଣ୍ଟାମାଳ,୬/୪- ଆଜି ପଲସାଗୋରା କଲ୍ୟାଣମଣ୍ଡପ ଠାରେ ବିଜେପି କଣ୍ଟାମାଳ ମଣ୍ଡଳ ତରଫରୁ ମଣ୍ଡଳ ସଭାପତି ଶ୍ରୀ ଅନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଦଳର ୪୨ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ୧୯୮୦ ମସିହା ଠାରୁ ଆଜିପର୍ଯ୍ୟନ୍ତ ଦଳର ସଂଘର୍ଷ ଓ ଲୋକ କଲ୍ୟାଣ ତଥା ରାଷ୍ଟ୍ର ନିର୍ମାଣରେ ଦଳ ତଥା ଦଳୀୟ ନେତୃତ୍ୱଙ୍କ ଯୋଗଦାନ ବିଷୟରେ ଆଲୋଚନା କରାଯାଇଥିଲା । ଦଳ କିଭଳି ଭାବରେ ସଂଗଠିତ ହୋଇ ଆଗାମୀ ଦିନରେ ବିଜୟଲାଭ କରିବ ସେ ଦିଗରେ ଦଳର ବରିଷ୍ଠ ନେତୃତ୍ୱ ଆଲୋକପାତ କରିଥିଲେ । ଏଥିରେ ବିଜେପିର ବରିଷ୍ଠନେତା ଗୋପାଳ ପୁରୋହିତ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଓମ ପ୍ରକାଶ ମିଶ୍ର, ଯୁବନେତା ନାରାୟଣ କର୍ମୀ, ଦୀପକ ବାରିକ, ତ୍ରିଦେବ ନାୟକ, ଆଦିବାସୀ ନେତା ଡମ୍ବରୁ କହଁର, ଦେବାର୍ଚ୍ଚନ ନାୟକ, ଗୋଲକ ସାହୁଙ୍କ ସମେତ ଅନ୍ୟ ସ୍ଥାନୀୟ ନେତୃମଣ୍ଡଳୀ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

12 − 1 =