ସଡକ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପରିବହନ ଅଧିକାରୀ ସମ୍ବର୍ଦ୍ଧିତ

0 106

ସୁବର୍ଣ୍ଣପୁର: ରାଜ୍ୟ ପରିବହନ ପ୍ରାଧିକରଣ ଓ ସ୍ୱେଚ୍ଛାସେବୀ ସଂଗଠନ ମୁସକାନ ପକ୍ଷରୁ ପୋଲିସ ସେବା ଭବନରେ ସଡକ ଦୁର୍ଘଟଣାର କାରଣ ଅନୁସନ୍ଧାନ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ତାଲିମ କାର୍ଯ୍ୟକ୍ରମକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉଦଘାଟନ କରିଥିଲେ । ସଡକ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସୁବର୍ଣ୍ଣପୁର ଜିଲ୍ଲା ପରିବହନ ଅଧିକାରୀ ରବିନ ପଟ୍ଟନାୟକଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ପରିବହନ କମିସନର ଅରୁଣ ବୋଥ୍ରା ପ୍ରମୁଖ ଯୋଗ ଦେଇଥିଲେ । ଏକ ମାତ୍ର ଜିଲ୍ଲା ବା ନମ୍ବର ୱାନ ଜ଼ିଲ୍ଲା ଭାବରେ ସୁବର୍ଣ୍ଣପୁର ଜ଼ିଲ୍ଲା ପରିବହନ ଅଧିକାରୀ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ଏହି ସମାରୋହରେ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡିଛି । ଦୁର୍ଘଟଣାର କାରଣ ବୁଝିବାକୁ ସଡକ ସୁରକ୍ଷା ତଥ୍ୟ ବିଶ୍ଳେଷଣ କରିବାକୁ ସଚେତନତା ସଭା ଓ ପ୍ରଶିକ୍ଷଣ ମାଧ୍ୟମରେ ଦୁର୍ଘଟଣା ରୋକିବାକୁ ଆହୁରି ପ୍ରୟାସ ଜାରି ରଖିବାକୁ ଶ୍ରୀ ପଟ୍ଟନାୟକଙ୍କୁ ପରିବହନ ବିଭାଗର ଊଚ୍ଚ ପଦସ୍ଥ ଅଧିକାରୀ ଓ ମନ୍ତ୍ରୀ ପରାମର୍ଶ କରିଛନ୍ତି । ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପଟ୍ଟନାୟକଙ୍କୁ ଏବେ ଚାରି ଆଡୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ଶ୍ରୀ ପଟ୍ଟନାୟକ କିନ୍ତୁ ବିଭାଗୀୟ କର୍ମଚାରୀ, ଜ଼ିଲ୍ଲା ଓ ପୋଲିସ ପ୍ରଶାସନ, ଜ଼ିଲ୍ଲା ର ସାମାଜିକ ଅନୁଷ୍ଠାନ, ସ୍କୁଲ କଲେଜ ଛାତ୍ର ଛାତ୍ରୀ, ଏନ ସି ସି କ୍ୟାଡେଟ, ଡ୍ରାଇଭର ସଂଘ, ବୁଦ୍ଧିଜୀବୀ, ଓ ଗଣ ମାଧ୍ୟମ ପ୍ରତିନିଧି ଏ ସଫଳତାର ଶ୍ରେୟ ବୋଲି ମତ ରଖି ଆଗକୁ ସମସ୍ତ ସହଯୋଗ କାମନା କରିଛନ୍ତି । ପ୍ରକାଶଯୋଗ୍ୟଯେ ସୁବର୍ଣ୍ଣପୁର ଜିଲ୍ଲାରେ କାର୍ଯ୍ୟରତ ଶ୍ରୀ ପଟ୍ଟନାୟକ ସଡ଼କ ସୁରକ୍ଷା କ୍ଷେତ୍ରରେ ସେ ସୁବର୍ଣ୍ଣପୁର ସହରରେ ନେଇଥିବା କିଛି ନୂତନ ପଦକ୍ଷେପ ସମଗ୍ର ରାଜ୍ୟରେ ଖୁବ ପ୍ରଶଂସନୀୟ ହୋଇପାରିଛି ।

hiranchal ad1
Leave A Reply

Your email address will not be published.

fifteen − 2 =