୧୦ ହଜାର ଟଙ୍କା ପାଇଁ ମାନସ ସ୍ୱାଇଁଙ୍କୁ ହତ୍ୟା !

0 80

ଭୁବନେଶ୍ୱର : ବହୁଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟାକାଣ୍ଡର ଗୁମର ଫିଟିବାରେ ଲାଗିଛି  । ମାନସକୁ ହତ୍ୟା କରିଥିବା ନେଇ ଶର୍ମିଷ୍ଠା ସ୍ୱୀକାର କରି ସାରିଥିବାବେଳେ ଅନ୍ୟତମ ଅଭିଯୁକ୍ତ ନିରଞ୍ଜନ ସେଠୀ ମଧ୍ୟ ଭୁଲ ସ୍ୱୀକାର କରିସାରିଛି  । ହତ୍ୟାକାଣ୍ଡରେ ଜଡ଼ିତ ସମସ୍ତ ଅଭିଯୁକ୍ତମାନେ ଗିରଫ ହୋଇସାରିଥିବାବେଳେ ଏବେ ହତ୍ୟାକାଣ୍ଡର ଆଉ ଏକ ଦିଗ ଉନ୍ମୋଚିତ ହୋଇଛି  ।ଚିପ ଦେବା ପାଇଁ ମାନସ ସ୍ୱାଇଁ ୧୦ ହଜାର ଟଙ୍କା ମାଗୁଥିଲେ ବୋଲି କ୍ରାଇମବ୍ରାଂଚ ପକ୍ଷରୁ କୁହାଯାଇଛି  । ସେହିପରି ଚିପ ଶେଷ ପର୍ଯ୍ୟନ୍ତ ମାନସ ପାଖରେ ହିଁ ଥିଲା  । କିନ୍ତୁ ଏଯାବତ ବହୁ ଖୋଜାଖୋଜି ପରେବି ଚିପ ମିଳିପାରିନାହିଁ  । 

hiranchal ad1
Leave A Reply

Your email address will not be published.

five × one =