ସ୍ୱଚ୍ଛତା ପକ୍ଷରେ ପାଳିତ ହେଲା ବ୍ଲକସ୍ତରୀୟ ବିଶ୍ୱ ସ୍ୱାସ୍ଥ୍ୟ ଦିବସ

0 104

ସୁବର୍ଣ୍ଣପୁର : ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ବ୍ଲକସ୍ତରୀୟ ବିଶ୍ୱ ସ୍ୱସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ସ୍ୱଚ୍ଛତା ହିଁ ଉତ୍ତମ ସ୍ୱାସ୍ଥ୍ୟର ମୂଳମନ୍ତ୍ର ବୋଲି ଉଲ୍ଲେଖ କରିଥିଲେ । ସ୍ୱାସ୍ଥ୍ୟଶିକ୍ଷା ବିଶେଷଜ୍ଞ ପ୍ରଦ୍ୟୁମ୍ନ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ବିଶ୍ୱ ସ୍ୱାସ୍ଥ୍ୟ ଦିବସର ବାର୍ତ୍ତା ‘ଆମ ପୃଥିବୀ, ଆମ ସ୍ୱାସ୍ଥ୍ୟ’ ଉପରେ ଆଲୋଚନା କରି ଜଳ, ପବନ ଏବଂ ଖାଦ୍ୟକୁ ସ୍ୱଚ୍ଛ ରଖିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ୧ ଏପ୍ରିଲରୁ ଆରମ୍ଭ ହୋଇଥିବା ସ୍ୱଚ୍ଛତା ପକ୍ଷ ଅନ୍ତର୍ଗତ ସାମୁହିକ ସଫେଇ କାର୍ଯ୍ୟକ୍ରମକୁ ମଧ୍ୟ ଆଜି ଆୟୋଜିତ କରାଯାଇଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ କର୍ମଚାରୀଙ୍କ ସମେତ ସୋନପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୬୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଏହି ସଫେଇ କାର୍ଯ୍ୟକ୍ରମରେ ଯୋଗଦେଇ ଡାକ୍ତରଖାନା ପରିସରକୁ ସଫା କରିଥିଲେ । ଠିକ୍‌ ସେହିପରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଲଚ୍ଛିପୁର ଓ ସାହାଜପିଟା ସମେତ ସମସ୍ତ ଉପକେନ୍ଦ୍ରସ୍ତରୀୟ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ଅଧ୍ୟକ୍ଷତାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଗାଁ କଲ୍ୟାଣ ସମିତିମାନଙ୍କ ସୌଜନ୍ୟରୁ ବିଭିନ୍ନ ଗ୍ରାମରେ ସାମୁହିକ ସଫେଇ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୫ ଏପ୍ରିଲ ଯାଏଁ ସ୍ୱଚ୍ଛତା ପକ୍ଷ ଚାଲିବାକୁ ଥିବା ବେଳେ ଆଜି ପାଳନତ୍ସୋବରେ ସହଯୋଗ ପାଇଁ ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ଅଶୋକ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

6 + fourteen =