ଦଶପଲ୍ଲା : ଭାରତୀୟ ମଜଦୁର ସଂଘ ସଂଲଗ୍ନ ଅଲ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍ ଆସୋସିଏସନ ନ଼ୟାଗଡ ଜିଲା ଶାଖା ତରଫରୁ ବିଭିନ୍ନ ଦାବିକୁ ନେଇ ନୟାଗଡ଼ରେ ଏକ ଶୋଭାଯାତ୍ରା ଆୟୋଜନା ହୋଇଥିଲା । ଉକ୍ତ ଶୋଭାଯାତ୍ରା ନୟାଗଡ ପିଡବ୍ଲୁଡି ବଙ୍ଗଳା ଠାରୁ ବାହାରି ନଗର ପରିକ୍ରମା କରି ନୟାଗଡ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯନ୍ତ ଯାଇଥିଲା ସେଠାରେ ଏଡିଏମ୍ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବି ପତ୍ରରେ ସ୍କିମ୍ ପ୍ରଥାକୁ ଉଚ୍ଛେଦ କରି ଅଂଗନୱାଡି କର୍ମୀମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦେବା, ଯେ ପର୍ଯ୍ୟନ୍ତ ସରକାରୀ ମାନ୍ୟତା ମିଳିନାହିଁ ସେ ପର୍ଯ୍ୟନ୍ତ କର୍ମୀମାନଙ୍କୁ ୨୧ ହଜାର ଟଙ୍କା ଦେବା ଏବଂ ସହାୟିକାମାନଙ୍କୁ ୧୫ ହଜାର ଟଙ୍କା ଦେବା, ମିନି ଅଂଗନୱାଡି କର୍ମୀ ମାନଙ୍କୁ ଅଂଗନୱାଡି କର୍ମୀର ମାନ୍ୟତା ଦେବା ପ୍ରଭୂତି ୧୪ ତଫା ଦାବୀ ପ୍ରଦାନ କରାଯାଇଥିଲା । ଜିଲ୍ଲା ସଂପାଦିକା ବିନୋଦିନି ଦେଇ ସଭାନେତ୍ରୀ ସାବିତ୍ରୀ ଦାଶ,ଭାରତୀୟ ମଜଦୁର ସଂଘ ଜିଲ୍ଲା ସଂପାଦକ ସୁକାନ୍ତ ମହାପାତ୍ର ମଜଦୁର ସଂଘର ଦଶପଲ୍ଲା ବ୍ଲକ ସଭାପତି ପ୍ରକାଶ କୁମାର ପାଣିଙ୍କ ନେତୃତ୍ୱରେ ଶତାଧିକ ଅଂଗନୱାଡି କର୍ମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।