ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଅଂଶୁଘାତରେ ମୃତ୍ୟୁ ସନ୍ଦେହ

0 252

ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଅନ୍ତର୍ଗତ ବାଗଝରଣ ରାସ୍ତା କଡରୁ ଗୁରୁବାର ସକାଳୁ ଖପ୍ରାଖୋଲ ପୁଲିସ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଛି । ବୃଦ୍ଧା ଜଣକ ରେଙ୍ଗାଲି ପଞ୍ଚାୟତ ଖୁରୀପାଣି ଗାଁର ବଉଳା ବରିହା (୭୦) ବୋଲି ଜଣାଯାଇଛି । ସୂଚନା ଅନୁସାରେ ସ୍ଥାନୀୟ ଲୋକେ ରାସ୍ତା କଡରେ ଏକ ବୃଦ୍ଧାଙ୍କ ଶବ ପଡ଼ିଥିବା ନେଇ ଖପ୍ରାଖୋଲ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ପହଞ୍ଚି ବୃଦ୍ଧା ଜଣକୁ ଖୁରୀପାଣି ଗ୍ରାମର ବୋଲି ଚି଼ହ୍ନଟ କରିଥିଲା । ଘଟଣାସ୍ଥଳରେ ମହାରପଦର ସରପଞ୍ଚ ସୁମତି ପଧାନ, ରେଙ୍ଗାଲି ସରପଞ୍ଚ ଉମାକାନ୍ତ ମେହେର ସହ ବୃଦ୍ଧାଙ୍କ ପୁଅ ରାଜକୁମାର ବରିହା ପହଞ୍ଚିବା ପରେ ଶବର ପଞ୍ଚନାମା କରାଯାଇଥିଲା । ପରେ ଶବର ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଏନେଇ ଖପ୍ରାଖୋଲ ଥାନାରେ କେସ ନମ୍ବର ୪/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ବୃଦ୍ଧା ଜଣକ ଗାଁ ଗାଁ ବୁଲି ଭିକ୍ଷା ବୃତ୍ତି କରୁଥିବା ବେଳେ ଅଂଶୁଘାତ ଯୋଗୁ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି ।

hiranchal ad1
Leave A Reply

Your email address will not be published.

16 − 4 =