ନୀଳଗିରି ସରମ୍ବାଦିକଙ୍କୁ ଗୋଡର ବେଡି ପକେଇବା ଘଟଣା, କାର୍ଯ୍ୟାନୁଷ୍ଠାନ ଦାବୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦେଲେ ସାମ୍ବାଦିକ
ଜି. ଉଦୟଗିରି,୮/୪: ସବୁ ସୀମା ସରହଦ ଟପିଗଲା ପୋଲିସ୍ । ନୀଳଗିରିର କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଦୁର୍ବ୍ୟବହାର , ଅମାନବୀୟ ଅତ୍ୟାଚାର କରିବା ସହିତ ଚିକିତ୍ସାବେଳେ ଗୋଡରେ ବେଡି ପକେଇ ରଖିବା ଘଟଣାକୁ ସାରା ରାଜ୍ୟ ନିନ୍ଦା କରୁଥିବାବେେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବୀହୋଇ ଆସୁଛି । ଏହିକ୍ରମରେ ଆଜି ଜି. ଉଦୟଗିରି ସାମ୍ବାଦିକମାନେ ଏକାଠିହୋଇ ଘଟଣାକୁ ଦ୍ରୁଢ ନିନ୍ଦା କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡିଓ ଆଶିଷ କୁମାର ତ୍ରିପାଠୀଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ପୁଲିସର ଏହିଭଳି ବର୍ବରତା ଗଣତନ୍ତ୍ର ପାଇଁ ବିପଦ ତେଣୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଶିଶିର ପଟ୍ଟନାୟକଙ୍କ ସହିତ ସମୀର କୁମାର ପାଢୀ, ବଟକୃଷ୍ଣ ଦାଶ, ରାମକୃଷ୍ଣ ଚୌଧୁରୀ, ପ୍ରତାପ ଚନ୍ଦ୍ର ପାଢୀ, ଆଶୁତୋଷ ସାହୁ, ସାମନ୍ତ ଶେଖର ନାୟକ, ଅନୀଲ କୁମାର ଦଳବେହେରା, ଚନ୍ଦ୍ରଶେଖର ପାଢୀ, ଚିନ୍ମୟ କୁମାର ସେଠୀ ପ୍ରମୁଖ ଯୋଗଦେଇ ସ୍ମାରକପତ୍ର ପ୍ରଦାନ କରିଥିଲେ ।