ସାମ୍ବାଦିକଙ୍କ ଗୋଡରେ ବେଡି ପକାଇବା ଘଟଣା, କଣ୍ଟାବାଞ୍ଜି ପ୍ରେସକ୍ଲବ ପକ୍ଷରୁ ଦୃଢ ନିନ୍ଦା

0 70

କଂଟାବାଞ୍ଜି : ବର୍ତ୍ତମାନ ସମୟରେ ସମ୍ବିଧାନର ଚତୁର୍ଥ ସ୍ତମ୍ଭ ବିପଦ ଦେଇ ଗତି କରୁଛି । ଅନେକ ସମୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ହେଉଥିବା ନଜିର ହେଉଛି । ଦୁର୍ନୀତି କରୁଥିବା ଲୋକ କିମ୍ବା ପ୍ରଶାସନିକ ଅଧିକାରୀଙ୍କ ଖବର ପ୍ରସାରଣ କଲେ ସାମ୍ବାଦିକଙ୍କୁ ବ୍ୟକ୍ତିଗତ ଆକ୍ରୋଶ ରଖି ସେହି ଦୁର୍ନୀତିଖୋର ଲୋକ/ପ୍ରଶାସନିକ ଅଧିକାରୀ ଆକ୍ରମଣ କରୁଥିବା ମଧ୍ୟ ସବୁ ସମୟରେ ନଜିର ରହିଛି । ଏହି ସବୁ ଭିତରେ ବାଲେଶ୍ୱର ଜିଲ୍ଲା ନୀଲଗିରିର ଥାନା ଅଧିକାରି ବରିଷ୍ଠ ସାମ୍ବାଦିକ ଲୋକନାଥ ଦଲେଇଙ୍କ ଉପରେ ବ୍ୟକ୍ତିଗତ ଆକ୍ରୋଶ ଏବଂ ପ୍ରତିଶୋଧ ପରାୟଣ ମନୋବୃତି ଓ କ୍ଷମତାର ଅପବ୍ୟବହାର କରି ସବୁ ସୀମା ଟପି ଯାଇଛନ୍ତି । ସାମାନ୍ୟ ବାଇକ ଦୁର୍ଘଟଣାକୁ ନେଇ ନୀଲଗିରି ଥାନା ଅଧିକାରୀ ବରିଷ୍ଠ ସାମ୍ବାଦିକ ଶ୍ରୀ ଦଲେଇଙ୍କ ବିରୋଧରେ ସଂଗିନ ଦଫା ଲଗାଇବାକୁ ମଧ୍ୟ ପଛଘୁଞ୍ଚା ଦେଇନାହାନ୍ତି । ସାମ୍ବାଦିକ ଶ୍ରୀ ଦଲେଇଙ୍କୁ ଥାନାକୁ ଡକାଇ ତାଙ୍କ ଠାରୁ ପୋଲିସ ଫୋନ ଛଡେଇ କୋର୍ଟ ଚାଲାଣ କରିବାକୁ ଯୋଜନା ମଧ୍ୟ କରିଥିଲେ । ତେବେ ଶ୍ରୀ ଦଲେଇଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ପୋଲିସ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଶ୍ରୀ ଦଲେଇଙ୍କ ଚିକିତ୍ସିତ ଅବସ୍ଥାରେ ଗୋଡରେ ବେଡି ଲଗାଇ ଡାକ୍ତରଖାନାରେ ଥିବା ଖଟରେ ବାନ୍ଧି ଦେଇଥିଲା ପୋଲିସ । ଜଣେ ସାମ୍ବାଦିକଙ୍କୁ କୁଖ୍ୟାତ ଡକାୟତ, ହତ୍ୟାକାରୀ ଭଳି ଗୋଡରେ ବେଡି ଲଗେଇବା କେତେ ଦୁର ଠିକ୍‌ । ପୋଲିସର ଏହି କାର୍ଯ୍ୟକଲାପ ସାମ୍ବାଦିକଙ୍କ ମାନବଧିକାରୀ କ୍ଷୁର୍ଣ୍ଣ କରିଛି । ଆତଙ୍କବାଦୀ କି ପେସାଦାର ଅପରାଧୀ ଭଳି ସାମ୍ବାଦିକ ଶ୍ରୀ ଦଲେଇଙ୍କୁ ସଶସ୍ତ୍ର ପୋଲିସ ଛାଇ ଭଳି ଜଗି ରହିଥିଲେ । ନୀଲଗିରି ପୋଲିସର ଔଦ୍ଧତ୍ୟ ପାଇଁ ଆଜି ରାଜ୍ୟ ସାରା ସାମ୍ବାଦିକ ପ୍ରତିବାଦ କରୁଥିବା ବେଳେ କଂଟାବାଞ୍ଜି ପ୍ରେସ କ୍ଲବ ମଧ୍ୟ ପୋଲିସର ଏଭଲି କାମକୁ ଦୃଢ ନିନ୍ଦା କରିଛି । ପ୍ରେସ କ୍ଲବର ସଭାପତି ତଥା ଜିଲ୍ଲା ଓୟୁଜେ ଉପସଭାପତି ପ୍ରଭିଜିତ ସିଂ ସାଲୁଜାଙ୍କ ନେତୃତ୍ୱରେ ପ୍ରେସ କ୍ଲବ କାର୍ଯ୍ୟକାରୀ ସଭାପତି ତଥା ଓୟୁଜେ ଜିଲ୍ଲା ସହ ସଂପାଦକ ସୁରଦାସ ବାଗ, ପ୍ରେସ କ୍ଲବ ସହ ସଂପାଦକ ଦିପକ କୁମାର ଦାସ ୟାଦବ, କୋଷାଧ୍ୟକ୍ଷ କମଲଜିତ ସିଂ ମାଖିଜା, ପରାମର୍ଶଦାତା ଆନନ୍ଦ ମୋଟେ, ଦୁର୍ଗାପ୍ରଦାସ ଗୁପ୍ତା,ଆଶିଷ ଖଇତାନ, ସଦସ୍ୟ ଯୁଗଲ କିଶୋର ଶବର, ରୋହନ ମହତ, ବିକାଶ ମିତ୍ତଲ ପ୍ରମୁଖ କଲାବ୍ୟାଚ ପିନ୍ଧି କଂଟାବାଞ୍ଜି ତହସିଲ କାର୍ଯ୍ୟାଳୟ ପହଂଚି ସେଠାରେ ପୋଲିସ ବିରୋଧରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବ୍ୟକ୍ତିଗତ ଆକ୍ରୋଶ ରଖି ଜଣେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକଙ୍କ ଉପରେ ଅନ୍ୟାୟ ଅତ୍ୟାଚାର କରିଥିବା ନୀଲଗିରି ପୋଲିସ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା ସହ ରାଜ୍ୟରେ ସାମ୍ବାଦିକ ଆଇନ ପ୍ରଣୟନ କରିବାକୁ ରାଜ୍ୟପାଳଙ୍କ ଉଦେଶ୍ୟରେ ତହସିଲଦାର ସମିର ବେହେରାଙ୍କୁ ଦାବିପତ୍ର ଦେଇଥିଲେ । ଦାବିପତ୍ର ଦେବା ସମୟରେ ଓୟୁଜେ ଜିଲ୍ଲା ସଭାପତି ଦିପକ ସମଜଦାର ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

five × four =