ଦିଆସିଲି କାଠିରେ ଅଯୋଧ୍ୟା ରାମ ମନ୍ଦିରର ପ୍ରତିକୃତି

0 50

ପୁରୀ : ପବିତ୍ର ରାମ ନବମୀ ଅବସରରେ ଯୁବ ଚିତ୍ରଶିଳ୍ପୀଙ୍କ ନିଆରା କଳାକୃତି । ଦିଆସିଲି କାଠିରେ ତିଆରି କଲେ ଅଯୋଧ୍ୟା ରାମ ମନ୍ଦିରର ପ୍ରତିକୃତି । ମୋଟ ୧୪ ଶହ ୨୩ ଟି ଦିଆସିଲି କାଠିରେ ୨୪ ଇଂଚ ଓସାର ଓ ୩୫ ଇଂଚ ଲମ୍ବ ରହିଛି ଏହି ରାମ ମନ୍ଦିର କଳାକୃତିରେ । ପୁରୀ କୁମ୍ଭାର ପଡାର ନିବାସୀ ସୁଦର୍ଶନ ସାହୁଙ୍କ ପୁଅ ଯୁବ ଚିତ୍ରଶିଳ୍ପୀ ଶ୍ୱାସତ ରଂଜନ ସାହୁ ଏହି ନିଆରା କଳାକୃତିକୁ ଦିଆସିଲି କାଠିରେ ତିଆରି କରିଛନ୍ତି । ସେ ଏହି କଳାକୃତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେବା ନେଇ ତାଙ୍କର ଇଚ୍ଛା ରହିଛି । ଏହି ଦିଆସିଲି କାଠି ରାମ ମନ୍ଦିର କଳାକୃତିକୁ ନେଇ ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯାଇଛି ।

hiranchal ad1
Leave A Reply

Your email address will not be published.

nineteen + nineteen =