ବେଲପଡାରେ ତାରିଣୀ ପୂଜା ପାଇଁ ପୂର୍ଣ୍ଣ କଳସ ଯାତ୍ରା

0 127

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ବେଲପଡା ପ୍ରସିଦ୍ଧ ତାରିଣୀ ପୀଠରେ ଚୈତ୍ର ତାରିଣୀ ପୂଜା ଉତ୍ସବ ପାଇଁ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପୋଖରୀରୁ ପୂର୍ଣ୍ଣ କଳସ ଆଣି ପୀଠରେ କଳସ ସ୍ଥାପନ ସହ ପୂଜାର୍ଚ୍ଚନା କରଯାଇଥିଲା । ପୂଜା କର୍ତ୍ତା ଭାବେ ଅରୁଣ ଜୈନ ଓ ତାଙ୍କ ଧର୍ମପତ୍ନୀ ଆଶା ଜୈନ କାର୍ଯ୍ୟ ନିର୍ବାହ କରିଥିବା ବେଳେ ମନ୍ଦିର ପୂଜକ ମାନସ ରଞ୍ଜନ ନାଏକ ଥିବା ବେଳେ ଏହି ଯାତ୍ରାର ପୂଜକ କୁନା ମିଶ୍ର ଓ ସହ ପୂଜକ ଲଳିତ ମୋହନ ମିଶ୍ର ପୂଜାର୍ଚ୍ଚନା କାର୍ଯ୍ୟ ତୁଲାଇଥିଲେ । ସାତ ଦିନ ଧରି ଅନୁଷ୍ଠିତ ତାରିଣୀ ଯାତ୍ରାରେ ପ୍ରତ୍ୟେକ ରାତ୍ରିରେ ସଂସ୍କୃତିକ କାର୍ଯ୍ୟକ୍ରମ ଦଣ୍ଡ ନୃତ୍ୟ, ଆର୍‌କେଷ୍ଟ୍ରା ଅନୁଷ୍ଠିତ ହେବ ବୋଲି ପରିଚାଳନା କମିଟି ପକ୍ଷରୁ ସୂଚନା ଦେଇଛନ୍ତି । ଏହି ଅବସରରେ ବେଲପଡା ବ୍ଲକର ଛଅ ପଂଚାୟତର ନବ ନିର୍ବାଚିତ ସରପଞ୍ଚ ବେଲପଡା ପଂଚାୟତ ହରିଚନ୍ଦ୍ର ବୁଡେକ, ଧୂମାଭଟା ବନମାଳୀ ନାଏକ, ଜନାର୍ଦ୍ଦନ ସିଂ, ବଳ ରାଉତ, କାଳିଆ ଦେଓ, ଜନାର୍ଦ୍ଦନ ଥନାପତି, ସୁକାନ୍ତ ଭୋଇଙ୍କୁ ତାରିଣୀ ଯାତ୍ରା କମିଟି ପକ୍ଷରୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି । ସମ୍ପାଦକ ପିଣ୍ଟୁ କୁମାର ଜୈନ, କୌତୁକ ଭୋଇ, ଶ୍ରସୀ ପୁଟେଲ, ତୁଲାରାମ ଗୁରୁ, ମଦନ ବୁଡେକ, ହାଡୁଥପା, ସୁରେନ୍ଦ୍ର ବାଗ, ପ୍ରଦୀପ ବୁଡେକ, ବିଷ୍ଣୁ ବୁଡେକ, ପ୍ରଭାତ ବଡେକ, ପ୍ରଦୀପ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

10 − 9 =