ସୁବର୍ଣ୍ଣପୁର -ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ବ୍ଲକସ୍ତରୀୟ ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ଏହି ପାଳନ ଉତ୍ସବରେ ଯୋଗ ଦେଇ ଉପସ୍ଥିତ ଗର୍ଭବତୀ ମହିଳାଙ୍କୁ ନିରାପଦ ମାତୃତ୍ୱର ବିଭିନ୍ନ ସୂତ୍ର ବତାଇଥିଲେ । ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପ୍ରତି ସମସ୍ତେ ଯତ୍ନଶୀଳ ହେବା ଉଚିତ ବୋଲି ଏହି ଅବସରରେ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ମତ ବ୍ୟକ୍ତ କରିଥିଲେ । ସଂଯୋଗ ବଶତଃ ଆଜି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଦିବସ ମଧ୍ୟ ପାଳିତ ହେଉଥିବାରୁ ପ୍ରାୟ ୫୦ ଜଣ ଗର୍ଭବତୀ ମହିଳାଙ୍କୁ ନିଶୁଳ୍କ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଥିଲା । ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ଅଶୋକ ମିଶ୍ର ସଭା ପରିଚାଳନା କରିଥିବା ବେଳେ ସ୍ୱାସ୍ଥ୍ୟ ପରିଦର୍ଶକ ଶାନ୍ତ୍ୱନୁ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳନ ହୋଇଥିଲା । ଯେଉଁ ଥିରେ କି ଅନ୍ୟମାନଙ୍କ ସହ ଜିଲ୍ଲାର ଆନେକ ଆଶାକର୍ମୀ, ଅଙ୍ଗନବାଡି କର୍ମୀ ମଧ୍ୟ ଯୋଗଦେଇଥିଲେ ।