ନୂଆଦିଲ୍ଲୀ: ଶେଷରେ ବହୁ ଛକାପଞ୍ଝା ପରେ ପାକିସ୍ତାନର ବିରୋଧୀ ଦଳ ନେତା ଶାହବାଜ୍ ସରିଫ୍ ଦେଶର ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ପାକିସ୍ତାନର ୩ ଥରର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫଙ୍କ ବଡ଼ ଭାଇ ତଥା ୭୦ ବର୍ଷୀୟ ଶାହବାଜ୍ ସରିଫ୍ ନୂଆ ରାଷ୍ଟ୍ର ମୁଖ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ ଇମ୍ରାନ୍ ଖାନ୍ଙ୍କ ଦଳ ପାକିସ୍ତାନ୍ ତେହେରିକ-ଇ-ଇନସାଫ୍(ପିଟିଆଇ) ଦଳ ପକ୍ଷରୁ ପ୍ରାର୍ଥୀ ଭାବେ ଶାହ ମମ୍ମୋଦ୍ କୁରେଶିଙ୍କ ନାମ ଚୟନ କରାଯାଇଥିଲା। ହେଲେ ଇମ୍ରାନ୍ଙ୍କ ଦଳ ପିଟିଆଇର ଅଧିକାଂଶ ସଦସ୍ୟ ପାକିସ୍ତାନ ସଂସଦରୁ ଇସ୍ତଫା ଦେଇଥିଲେ। ଫଳରେ ଶାହ ମମ୍ମୋଦ୍ କୁରେଶି ପ୍ରତିଦ୍ୱନ୍ଦିତା କରିବାର ବାଟ ବନ୍ଦ ହୋଇଯାଇଥିଲା।