ଅଧ୍ୟାପକ ସଂଜୀବ କୁମାର ନାୟକଙ୍କ ପରଲୋକ

0 926

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ଜଣେ ପ୍ରଚଣ୍ଡ ପ୍ରତିଭାବନ୍ତ ସବୁଜ ମଣିଷ ଅଧ୍ୟାପକ ସଂଜୀବ ନାୟକଙ୍କ ଗତ ରାତିରେ ପରଲୋକ ହୋଇଯାଇଛି । ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ କିଛିଦିନ ହେବ କଟକ ବଡ଼ ଡାକ୍ତରଖାନା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲର ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ଇଂରାଜୀ ଭାଷା ସାହିତ୍ୟ ସହ ଓଡ଼ିଆ ଭାଷା ସାହିତ୍ୟର ବିଭିନ୍ନ ବିଭାଗରେ ଦିବଂଗତ ସଂଜୀବ ନାୟକଙ୍କ ଗଭୀର ପ୍ରବେଶ ରହିଥିଲା । ସମାଜ,ସାହିତ୍ୟ ଓ ବିଜ୍ଞାନକୁ ସହଜ ସୁନ୍ଦର ଦାର୍ଶନିକ ଦୃଷ୍ଟି ଦେଇ ବଖାଣିବାରେ ସେ ଥିଲେ ଜଣେ ଧୁରୀଣ ସାରସ୍ୱତ ସାଧକ । ଜୀବନ-ପ୍ରେମ ଓ ମୃତ୍ୟୁର ଅତିନ୍ଦ୍ରିୟ ଦର୍ଶନକୁ ନେଇ କବି ସଂଜୀବ ନାୟକଙ୍କ ଲିଖିତ “ତୁମେ ନଥିବା ଜାଗାରେ ” କବିତା ପୁସ୍ତକ ପ୍ରକାଶିତ ହୋଇ ବେଶ ଜନାଦୃତ ହୋଇଛି । ସେ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ଇଂରାଜୀ ଭାଷା ସାହିତ୍ୟରେ ସ୍ନାତ୍ତକୋତ୍ତର ପାଠ ପଢି ସାରିବା ପରେ ସୋନପୁର ମହାବିଦ୍ୟାଳୟ ଓ ଏବେ ବୌଦ୍ଧ ମହାବିଦ୍ୟାଳୟରେ ଇଂରାଜୀ ଅଧ୍ୟାପକ ଭାବେ ଅଧ୍ୟାପନା କରୁଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦର ସଭାପତି ଓ ସଂପାଦକ ଭାବେ ବହୁବାର ଦାୟିତ୍ୱ ନେଇ ଅନେକ ସଫଳ କାର୍ଯ୍ୟକ୍ରମ କରିବାରେ ତାଙ୍କର ପ୍ରତିଷ୍ଠା ଓ ପରାକାଷ୍ଠା ସ୍ମରଣୀୟ ହୋଇ ରହିବ ।ତାଙ୍କର ବିୟୋଗ ଖବର ପହଞ୍ଚିବା ପରେ ସମଗ୍ର ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାର ସୃଜନଶୀଳ ବର୍ଗ ସ୍ତବ୍ଧ ହୋଇପଡିଛନ୍ତି ।

hiranchal ad1
Leave A Reply

Your email address will not be published.

5 + eight =