ପାରଳା ବାସିନ୍ଦା ନାରାୟଣଙ୍କ ବିରଳ କୃତିତ୍ୱ

0 43

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ବାସିନ୍ଦା ଟି.ନାରାୟଣ ରାଓ ବର୍ତ୍ତମାନ ପୁରୀ ଜିଲ୍ଲାର ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଅଛନ୍ତି ।
ସେ ନିକଟରେ ରାଜ୍ୟ ସ୍ତରୀୟ ସମ୍ମାନ ଲାଭ କରିଛନ୍ତି । ପୁରୀ ଜିଲ୍ଲାକୁ ରାଜ୍ୟ ସ୍ତରରେ ୨୦୧୯ -୨୦୨୦ ଏବଂ ୨୦୨୦ -୨୦୨୧ ଆର୍ଥିକ ବର୍ଷରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ମିଶନର ସମସ୍ତ କାର୍ଯ୍ୟକ୍ରମ ଯଥା ଆର୍ଥିକ ଅଟ୍ଟକଳକୁ ଗୁଣାତ୍ମକ ବିକାଶ କରିବା , ଟିବି ରୋଗୀଙ୍କୁ ଚିହ୍ନଟିକରଣ ଓ ପରୀକ୍ଷା, ଶତପ୍ରତିଶତ ଟିକାକରଣ ନିଶ୍ଚିତ କରିବା, କାୟାକଳ୍ପ ପ୍ରକଳ୍ପକୁ ଶତପ୍ରତିଶତ ନିଶ୍ଚିତ କରିବା ଇତ୍ୟାଦିରେ ପ୍ରମୁଖ ଭୂମିକା ସମ୍ପାଦନ କରିପାରିଛନ୍ତି ।
ଗଜପତି ଜିଲାରେ ଏସ୍‌ଡବ୍ଲୁଡବ୍ଲୁଏସ୍‌ରେ ନିଜର କାର୍ଯ୍ୟ ଆରମ୍ଭ କରି ପରବର୍ତ୍ତୀ ସମୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ଭାବେ ନୂଆଗଡଠାରେ ନିଯୁକ୍ତି ପାଇଥିଲେ ।
ପରବର୍ତ୍ତୀ ସମୟରେ ନିଜର କୌଶଳ ଓ ଦକ୍ଷତା ମାଧ୍ୟମରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଭାବେ ସମ୍ବଲପୁର ଏବଂ ବାଲେଶ୍ୱରରେ ନିଜର କୃତିତ୍ୱ ସମ୍ପାଦନ କରି ବର୍ତ୍ତମାନ ପୁରୀରେ ଅବସ୍ଥାପିତ ଅଛନ୍ତି ।
ସେ ନିକଟରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କଠାରୁ ପୁରୀ ଜିଲ୍ଲା ପାଇଁ ରାଜ୍ୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିମାନପତ୍ର ସହ ସମ୍ମାନିତ ହୋଇଥିଲେ ।
ତାଙ୍କର ଏହି ବିରଳ ଗୌରବ ପାଇଁ ଏସ୍‌ ଡବ୍ଲୁ ଡବ୍ଲୁ ଏସ୍‌ର ସଭାପତି ଡି.ଜଗନ୍ନାଥ ରାଜୁ ତଥା ସମସ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଶୁଭେଚ୍ଛା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

sixteen − 3 =