ବିଧାୟକଙ୍କ ଗାଡିକୁ ଆକ୍ରମଣ

0 260

ବଲାଙ୍ଗୀର : ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡିକୁ ମରଣାନ୍ତକ ଆକ୍ରମଣ ହୋଇଛି । ଖବର ଅନୁସାରେ, ବାଦିବାହାଲରୁ ନିଜ ଗାଁକୁ ଫେରୁଥିବାବେଳେ ବୁର୍ଡା ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଢେଲାମାଡ କରିଥିଲେ । ଆକ୍ରମଣରେ ବିଧାୟକଙ୍କ ପିଏସ୍‌ଓ ଓ ଡ୍ରାଇଭର ଆହତ ହୋଇଥିବା ବେଳେ ବିଧାୟକ ମହାଲିଙ୍ଗ ସୁରକ୍ଷିତ ଅଛନ୍ତି । ଆହତ ୨ଜଣ ଲୋଇସିଂହା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଲୋଇସିଂହା ଥାନାରେ ପହଞ୍ଚି ବିଧାୟକ ପୋଲିସକୁ ସୂଚନା ଦେଇଛନ୍ତି । ଖବର ପ୍ରଚାରିତ ହେବା ପରେ ବିଧାୟକଙ୍କ ସମର୍ଥକ ଥାନାରେ ଜମା ହୋଇଥିଲେ । ତୁରନ୍ତ ଆକ୍ରମଣକାରୀଙ୍କୁ ଗିରଫ ଦାବୀ କରିଛନ୍ତି । କାହିଁକି, କିଏ ଆକ୍ରମଣ କଲା ପୋଲିସ ତଦନ୍ତ କରୁଛି । ଶୀଘ୍ର ଆକ୍ରମଣକାରୀଙ୍କୁ ଗିରଫ କରାଯିବ ବୋଲି ପ୍ରକାଶ କରାଯାଇଛି । ଆକ୍ରମଣକାରୀଙ୍କ ପରିଚୟ ଜଣାପଡିଛି, ସେମାନେ ଫେରାରଥିବା ସାଧାରଣରେ ଆଲୋଚନା ହେଉଛି ।

hiranchal ad1
Leave A Reply

Your email address will not be published.

ten + 7 =