ପୁରୀ: ସମବାୟ ସମିତି ନିର୍ବାଚନ ନିମନ୍ତେ ଅଧିକାରୀମାନଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲାର ୬୭୦ଟି ସମବାୟ ସମିତିର ବିଭିନ୍ନ କର୍ମକର୍ତ୍ତାମାନଙ୍କ ନର୍ବାଚନ ଆସନ୍ତା ଜୁନ ମାସ ୧୯ ଓ ୨୬ ତାରିଖରେ ଅନୁଷ୍ଠିତ ହେବ । ଆଜି ତାଲିମ କାର୍ଯ୍ୟରେ ୧୬୧ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ୍ୟ କୃଷି ଅଧିକାରୀମାନେ ନିର୍ବାଚନ ଅଧିକାରୀ ଭାବେ ତାଲିମ ନେଇଛନ୍ତି । ଉକ୍ତ ଦୁଇ ଦିନରେ ପ୍ରାୟ ୩୫୦ ଜଣଙ୍କୁ ତାଲିମ ପ୍ରଦାନ କରାଯିବ । ସମବାୟ ସମିତି ନିର୍ବାଚନ ସୁଚାରୁରୂପେ ପରିଚାଳନା କରିବା ଉପରେ ଅତିତିକ୍ତ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ନିର୍ବାଚନ ଦାୟିତ୍ୱରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି ।
ଉକ୍ତ ପ୍ରଶିକ୍ଷଣ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ସମବାୟ ସମିତି ସମୁହ ଉପ ନିବନ୍ଧକ ଭୀମସେନ ସାହୁ, ସହ ସମବାୟ ନିବନ୍ଧକ ସୌରଭ କର, ଅତିରିକ୍ତ ସହ ସମବାୟ ନିବନ୍ଧକ ପ୍ରକାଶ ଚନ୍ଦ୍ର ସେଠୀ, ସତ୍ୟ ଶଙ୍କର ମହାନ୍ତି, ସମବାୟ ଇନିସପେକ୍ଟର ସୁରେନ୍ଦ୍ର କୁମାର ଦାଶ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post