ମାନବାଧିକାର ପ୍ରସଙ୍ଗରେ ଆମେରିକାକୁ ଏଭଳି ଢଙ୍ଗରେ ଜବାବ ଦେଲେ ଜୟଶଙ୍କର

0 54

ନୂଆଦିଲ୍ଲୀ,୧୪/୪ : ଭାରତରେ ମାନବିକ ଅଧିକାର ଉଲ୍ଲଂଘନ ନେଇ ନିକଟରେ ଆମେରିକା ଦେଇଥିବା ବିବୃତିକୁ ନେଇ ଭାରତ ଅସନ୍ତୋଷ ପ୍ରକାଶ କରିବା ସହ ଆମେରିକାକୁ ଦୃଢ ଜବାବ ଦେଇଛି । ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଜି ବିବୃତି ରଖି କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ନିକଟରେ ହୋଇଥିବା ମନ୍ତ୍ରୀସ୍ତରୀୟ ବୈଠକରେ ମାନବିକ ଅଧିକାର ପ୍ରସଙ୍ଗ ଉପରେ କୌଣସି ଆଲୋଚନା ହୋଇ ନାହିଁ । ତେଣୁ,ବୈଠକ ପରେ ଅୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆମେରିକା କାହିଁକି ଓ କିପରି ଏହି ବିଷୟ ଉଠାଇଲା? ତାହା ହିଁ ଆମକୁ ଚକିତ କରିଛି । ଯଦି ଅନ୍ୟ ଦେଶମାନେ ଆମ ଦେଶର ଆଭ୍ୟନ୍ତରୀଣ ମାମଲା ଉପରେ ଅଯୌକ୍ତିକଭାବେ ମୁଣ୍ଡ ଖେଳାଇ ପାରୁଛନ୍ତି,ତେବେ ଆମେ ମଧ୍ୟ ତାହା କରିବା କରିବା ଉଚିତ । ଆମ ଦେଶର ଗଣମାଧ୍ୟମ ଏସଂପର୍କରେ ସେମାନଙ୍କୁ ପ୍ରଶ୍ନ କରନ୍ତୁ ସେ ଆହ୍ୱାନ ଦେଇଛନ୍ତି । ଜୟଶଙ୍କରଙ୍କ ଏହି ଜବାବ ଉପରେ ଅବଶ୍ୟ ଆମେରିକା କୌଣସି ପ୍ରତିକ୍ରିୟା ରଖି ନାହିଁ ।
ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିନକେନ ଭାରତରରେ ବଢୁଥିବା ମାନବାଧିକାର ଉଲ୍ଲଙ୍ଘନ ମାମଲା ଉପରେ ତାଙ୍କ ଦେଶ ନଜର ରଖିଥିବା କହିଥିଲେ । ଏହାର ଜବାବ ଦେଇ ଜୟଶଙ୍କର କହିଛନ୍ତି, “ବର୍ତ୍ତମାନ ମାନବାଧିକାର ପ୍ରସଙ୍ଗ ଆଦୌ ଉଠିନି । ପୂର୍ବରୁ ଆମେ ଏ ବିଷୟରେ କଥା ହୋଇଥିଲୁ । ଆମେରିକା ବୈଦେଶିକ ସଚିବ ବ୍ଲିନକେନ ଯେତେବେଳେ ଭାରତ ଆସିଥିଲେ, ସେତେବେଳେ ଏ ପ୍ରସଙ୍ଗ ଉଠିଥିଲା । ବ୍ଲିନକେନଙ୍କ ସହ ବୈଠକ କରିବା ପରେ ମୁଁ ବେଶ ଖୋଲାଖୋଲି ଭାବେ ସବୁ ବିଷୟରେ ମତ ରଖିଥିଲି । ବୈଠକର ସବୁ ତଥ୍ୟ ଦେଇଥିଲି । ଏବେ କିନ୍ତୁ ମାନବାଧିକାର ପ୍ରସଙ୍ଗ ବିଷୟରେ ଆମେରିକା ସହ ଆଲୋଚନା ହୋଇନି । ଭାରତ ସମ୍ପର୍କରେ ଲୋକମାନେ ଯେକୌଣସି ମତ ରଖିପାରିବେ । ଲବି ଓ ଭୋଟ ବ୍ୟାଙ୍କ ହିଁ ଏପରି ସମାଲୋଚନା କରିବାକୁ ବାଧ୍ୟ କରିଥାଏ । ସେମାନେ ଯେମିତି ଭାରତ ସମ୍ପର୍କରେ ମତ ରଖୁଛନ୍ତି, ଆମେ ମଧ୍ୟ ସେମାନଙ୍କ ମତ ଉପରେ ପ୍ରତିକ୍ରିୟା ରଖିବା ପାଇଁ ହକଦାର ବୋଲି ସେ କହିଥିଲେ ।

hiranchal ad1
Leave A Reply

Your email address will not be published.

2 × three =