ମେରୁଯାତ୍ରା ଉଦଯାପିତ, ବହୁ ସଂଖ୍ୟାରେ ଭକ୍ତମାନଙ୍କ ସମାଗମ

0 120

ହରଭଙ୍ଗା :ଆଜି ପବିତ୍ର ଚୈତ୍ରମାସର ବିଷୁବ ସଂକ୍ରାନ୍ତି । ଏହାକୁ ଗଣ ଭାଷାରେ ମେରୁ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ । ଏହି ଚୈତ୍ର ମାସ ଏକ ପବିତ୍ର ଶୈବ ଓ ଶାକ୍ତ ଏବଂ ଧାର୍ମିକ ମାସ । ଗଣପର୍ବ ଦଣ୍ଡ ଯାତ୍ରା ଏହି ମାସରେ ଗାଁଠୁ ସହର ସବୁଠି ପାଳିତ ହୋଇଥାଏ । ସେହିଭଳି ଆଜି ବୌଦ୍ଧ ଜିଲ୍ଲା ସମେତ ହରଭଙ୍ଗା ବ୍ଲକରେ ଏହି ମେରୁଯାତ୍ରା ବହୁ ଆଡମ୍ବରରେ ପାଳିତ ହେଉଛି । କରୋନା ମହାମାରୀ ସକାଶେ ବିଗତ ଦୁଇବର୍ଷ ଏହି ଦଣ୍ଡ ଯାତ୍ରା ବନ୍ଦ ଥିଲା । କିନ୍ତୁ ଚଳିତ ବର୍ଷ କଟକଣା ଟିକିଏ କମିଯିବାରୁ ଏହି ପର୍ବରେ ଶହଶହ ଭକ୍ତ, ଉପସିଆମାନେ ସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା । ଏହି ଦଣ୍ଡଯାତ୍ରା ଶୈବ ଶାକ୍ତ ଉପାସନା ସହିତ ମନରଞ୍ଜନର ଏହା ମାଧ୍ୟମ ଅଟେ । ହରଭଙ୍ଗା ବ୍ଲକ ହରଭଙ୍ଗାରେ ଆଜି ମା ରୁଦ୍ରକାଳୀ ଦିନ ୧୨ଘଣ୍ଟା ସମୟରେ ଗାଁ କୁ ପ୍ରବେଶ କରିଥିଲେ । ଏହି ଅବସରରେ ଶହଶହ ଭକ୍ତ, ମାନସିକଧାରୀ ମହା ଆଡମ୍ବରରେ ମା ଙ୍କୁ ବରଣ କରିଥିଲେ । ହରଭଙ୍ଗାର ସାଇ ଅନୁଷ୍ଠାନ, ୟୁଥ କ୍ଳବ, ଓଡିଶା ଡ୍ରାଇଭର ମହାସଂଘର ସଦସ୍ୟ ମାନେ ଏହି ମେରୁ ଯାତ୍ରାରେ ଶ୍ରାଦ୍ଧଳୁ ଭକ୍ତ, ଜନସାଧାରଣଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହିତ, ଜଳଖିଆ, ସର୍ବତ, ପାଣ ବଣ୍ଟନ କରିଥିଲେ । ସେହିଭଳି ବ୍ଲକର ଧଳପୁର, ଲୋକାପଡା, ଶରଧାପୁର, ତିଲେଶ୍ୱର, କରଡ଼ି, ଘୋରଡ଼ା, ସରସରା, ବିରାମଚନ୍ଦ୍ରପୁର, ରାଣୀଗଞ୍ଜ, ମଥୁରା ଇତ୍ୟାଦି ଗ୍ରାମ ଗୁଡିକରେ ମଧ୍ୟ ଏହି ମେରୁ ସଂକ୍ରାନ୍ତି ପାଳିତ ହୋଇଛି । ଏହି ମେରୁ ଯାତ୍ରାର ଆଉ ଏକ ବିଶେଷ ଆକର୍ଷଣ ଝାମୁ ଯାତ୍ରା । ମେରୁଯାତ୍ର ଅବସରରେ ତିଲେଶ୍ୱରଠାରେ ତେର ଭୋକ୍ତା, ମାନସିକ ଧାରୀ ମାନେ ଝାମୁ (ତତଲା ନିଆଁ)ରେ ଉପରେ ଭକ୍ତିର ସହିତ ଚାଲି ମେରୁଯାତ୍ର ପାଳନ କରିଛନ୍ତି ।

hiring
hiranchal ad1
Leave A Reply

Your email address will not be published.

20 − fourteen =