ନିୟମ ଭାଙ୍ଗି ଦଣ୍ଡିତ ହେଲେ ଏହି ବାଂଲା କ୍ରିକେଟର

0 56

ଢାକା: ନିୟମ ଭାଙ୍ଗି ଦଣ୍ଡିତ ହୋଇଛନ୍ତି ବାଂଲାଦେଶୀ ପେସର ଖାଲିଦ ଅହମଦ । ତାଙ୍କ ମ୍ୟାଚ୍‌ ଫିର ୧୫ ପ୍ରତିଶତ କାଟିଦିଆଯିବ । ଆଇସିସି ଆଜି ଏହି ସୂଚନା ଦେିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ସିରିଜ୍‌ରେ ଖାଲିଦ ଆଇସିସିର କୋଡ୍‌ ଅଫ୍‌ କଣ୍ଡକ୍ଟର ଉଲ୍ଲଂଘନ କରିଛନ୍ତି । ଅହମଦ ଆଇସିସିର ଆର୍ଟିକଲ ୨.୯ର ଉଲ୍ଲଂଘନ କରିଛନ୍ତି । ଏହି ଆର୍ଟିକିଲ ଅନୁସାରେ, ଅନ୍ତର୍ଜାତୀୟ ମ୍ୟାଚ୍‌ ବେଳେ ଖାଲିଦ ଖେଳାଳି କିମ୍ବା, ଖେଳାଳି ସମର୍ଥକ, ଅମ୍ପାୟାର ଓ ମ୍ୟାଚ୍‌ ରେଫର କିମ୍ବା ଅନ୍ୟ କୌଣସି ତୃତୀୟ ପକ୍ଷକୁ ଜାଣିଶୁଣି ଆହତ କରିବା ଉଦ୍ଦେଶ୍ୟରେ ରାଗରେ ବଲ୍‌ ଫିଙ୍ଗିବା ଅଭିଯୋଗରେ ଅଭିଯୁକ୍ତ ହୋଇଛନ୍ତି । ଆଇସିସିର ଲେବଲ ୧ ନିୟମର ଉଲ୍ଲଂଘନ କରିବା ଅର୍ଥ କେବଳ ଫାଇନ୍‌ ନୁହେଁ, ଖାଲିଦଙ୍କ କ୍ୟାରିୟର ପାଇଁ ଏକ ନେଗେଟିଭ୍‌ ପଏଣ୍ଟ ଆଡ୍‌ ହୋଇଛି ।

hiranchal ad1
Leave A Reply

Your email address will not be published.

eight + 5 =