ନିରାମୟ ଯୋଜନାରେ ରୋଗୀଙ୍କୁ ମିଳୁନି ଔଷଧ

0 107

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଥିବା ଜିଲ୍ଲା ଚିକିତ୍ସାଳୟ ପରିସରରେ ନିରାମୟ ଔଷଧ ବିତରଣ କେନ୍ଦ୍ର ବିନା ମୂଲ୍ୟରେ ରୋଗୀଙ୍କୁ ଔଷଧ ଯୋଗାଉଥିବା କହୁଥିବା ବେଳେ ରୋଗୀଙ୍କୁ ବାହାରେ ଅର୍ଥ ଖର୍ଚ୍ଚ କରି ଔଷଧ କିଣିବାକୁ ପଡୁଛି । ରୋଗୀ ଡାକ୍ତରଙ୍କର ପରାମର୍ଶ ପରେ ଔଷଧ ନେବାକୁ ନିରାମୟ ବିତରଣ କେନ୍ଦ୍ରକୁ ଗଲେ ଔଷଧ ଗୋଟିଏ ଦୁଇଟା ଔଷଧ ଦେଇ ଅନ୍ୟ ଔଷଧ ବାହାରେ କିଣନ୍ତୁ କହି ଫେରାଇ ଦେଉଛନ୍ତି । ରୋଗୀ ବାଧ୍ୟ ହୋଇ ରୋଗ ନିରାକରଣ ପାଇଁ ଅର୍ଥ ଖର୍ଚ୍ଚ କରି କିଣିବାକୁ ପଡୁଛି । ଯଦି ସେହି ଔଷଧ ଆସିଲା ବୋଲି ପଚାରିଲା ବେଳେ ଔଷଧ ଆସିନାହିଁ କହି ବାରମ୍ବାର ଫେରାଉଛନ୍ତି । ଏପଟେ ରାଜ୍ୟ ସରକାର ନିରାମୟ ଯୋଜନାରେ ସମସ୍ତ ପ୍ରକାର ଔଷଧ ଯୋଗାଇ ଦେଉଥିବା କହୁଥିବା ବେଳେ ରୋଗୀଙ୍କୁ ଔଷଧ ମିଳି ପାରୁନାହିଁ ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଲେ ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାରେ ରୋଗୀ ଉପଶମ ହୋଇ ପାରିବ ବୋଲି ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

8 + five =