ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଆମ୍ବେଦକର ମୁକ୍ତ ଶିକ୍ଷାଦାନ କେନ୍ଦ୍ରର ଶୁଭାରମ୍ଭ

0 110

ବୌଦ୍ଧ,୧୫/୪- ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ବିଶ୍ୱ ରତ୍ନ, ସମାଜ ସଂସ୍କାରକ , ନାରୀ ମୁକ୍ତିଦାତା , ପ୍ରବାଦ ପୁରୁଷ , ସଂବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ୧୩୧ ତମ ଜନ୍ମ ତିଥିରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଭାରତୀୟ ସମ୍ବିଧାନ ବିଷୟରେ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସଂଗଠନର ଜିଲ୍ଲା ସଭାପତି ବଟକୃଷ୍ଣ ପ୍ରଧାନଙ୍କ ନେତୃତ୍ୱରେ ଏବଂ ହରଭଙ୍ଗା ପଂଚାୟତ ସଭାପତି ନଟବର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହରଭଙ୍ଗା ମେଡିକାଲ୍‌ ଛକ ନିକଟରେ ” ଆମ୍ବେଦକର ମୁକ୍ତ ଶିକ୍ଷାଦାନ କେନ୍ଦ୍ର’ ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ , ଜିଲ୍ଲା ଉପ ସଭାପତି ରୋହିତ କହଁର , ଜିଲ୍ଲା କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି , ଜିଲ୍ଲା ଯୁଗ୍ମ ସଂପାଦକ ଶ୍ରୀନିବାସ ହାତୀ , ଜିଲ୍ଲା ସଂଗଠନ ସମ୍ପାଦକ ଦେବଦତ୍ତ ସାଗର , ରାଧାନଗର ପଂଚାୟତ ବ୍ଲକ ସଂଯୋଜକ ଉଗ୍ରସେନ ହାତୀ , ହରଭଙ୍ଗା କୋଷାଧ୍ୟକ୍ଷ ଅରବିନ୍ଦ ନାୟକ , ସଙ୍କୁଲେଇ ପଂଚାୟତ ସଂପାଦକ ବିବେକା ଦୀପ , ହରଭଙ୍ଗାର ବରିଷ୍ଠ ସମାଜସେବୀ ଅଗସ୍ତି ନାୟକ ପ୍ରମୁଖ ସହଯୋଗ କରିଥଲେ ।

hiranchal ad1
Leave A Reply

Your email address will not be published.

16 − four =