ଦଶପଲ୍ଲା ବ୍ଲକର ବିଭିନ୍ନ ପଞ୍ଚାୟତରେ କାଳବୈଶାଖୀର ତାଣ୍ଡବଲୀଳା

0 170

ଦଶପଲ୍ଲା : ଶନିବାର ଦିନ ୩ଟା ୩୦ମିନିଟର ୫ଟା ପର୍ଯ୍ୟନ୍ତ ଦଶପଲ୍ଲା ବ୍ଲକର ବିଭିନ୍ନ ପଞ୍ଚାୟତରେ କାଳବୈଶାଖୀର ବର୍ଷା, ପବନ ସାଙ୍ଗକୁ କୁଆ ପଥର ମାଡ଼ ହୋଇଛି । ପ୍ରବଳ ବର୍ଷା ଓ ପବନରେ ଦଶପଲ୍ଲା ନିକଟସ୍ଥ ଭୂତପଲି ପଥୁରିଆ ଠାରେ ରାସ୍ତା ଉପରେ ବିରାଟ ଆମ୍ବଗଛ ପଡ଼ିଛି । ଦଶପଲ୍ଲାରୁ ଦମକଳ ବାହୀନିର ୫ଜଣ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କଟର ମେସିନ ସାହାଯ୍ୟରେ ରାସ୍ତା ପରିଷ୍କାର କରିଛନ୍ତି ଏବଂ ଦଶପଲ୍ଲା ଅଞ୍ଚଳର କେଉଁଠାରେ ବିଦ୍ୟୁତ୍‌ ତାର ଛିଡ଼ି ଯାଇଛି ତ କେଉଁଠାରେ ବିଦ୍ୟୁତ ଖୁଣ୍ଟ ଶୋଇପଡ଼ିଛି । ଫଳରେ ଦଶପଲ୍ଲାର ବିଭିନ୍ନ ଅଂଚଳ ଅନ୍ଧାରରେ ରହିଛି । ବିଦୁତ୍‌ ବିଭାଗ କର୍ମଚାରୀ ମାନେ ସ୍ଥିତି ସ୍ୱାଭାବିକ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

one × 4 =