ପୋଲିସ ଓ ପରିବହନ ବିଭାଗ ତରଫରୁ ରାତ୍ରିକାଳୀନ ସ୍ୱତନ୍ତ୍ର ଯାଞ୍ଚ

0 241

ସୁବର୍ଣ୍ଣପୁର: ଓଡିଶା ସରକାରଙ୍କ ପରିବହନ କମିଶନରଙ୍କ ନିର୍ଦ୍ଦେଶାନୁଯାୟୀ ଗତ ରାତିରେ ସୁବର୍ଣ୍ଣପୁର ଜିଲ୍ଲାରେ ମଦ୍ୟପାନ କରି ଗାଡି ଚଳାଇବା ଉପରେ ପୋଲିସ ଅଧିକାରୀଙ୍କ ସହ ପରିବହନ ବିଭାଗ କର୍ମଚାରୀଙ୍କ ସ୍ୱତନ୍ତ୍ର ମିଳିତ ଯାଞ୍ଚ କରାଯାଇଥିଲା । ଏହି ସ୍ୱତନ୍ତ୍ର ଯାଞ୍ଚ ସମୟରେ ସମୁଦାୟ ୨୦ଟି ମାମଲା ଚିହ୍ନଟ କରାଯାଇଥିଲା । ୫ ଟି ଗାଡି ଚାଳନା ପ୍ରମାଣ ପତ୍ର ସ୍ଥଗିତ ରଖାଯାଇଥିଲା । ୨୦ଟି ବିଭିନ୍ନ ଗାଡିକୁ ଅଟକ ରଖାଯାଇଥିବା ବେଳେ ୧୭ ଜଣ ଡ୍ରାଇଭରଙ୍କୁ ଗିରଫ କରାଯାଇଥିବା ଜିଲ୍ଲା ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି । ଜିଲ୍ଲପାଳ ସୁବର୍ଣ୍ଣପୁର ଅବୋଲି ସୁନିଲ ନରୱଣେ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଏହି ରାତ୍ରି କାଳୀନ ସ୍ୱତନ୍ତ୍ର ଯାଞ୍ଚ କାର୍ଯ୍ୟକ୍ରମ ଆରଟିଓ ଏବଂ ଏସଡିପିଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେରେ ପରିବହନ ବିଭାଗ କର୍ମଚାରୀ ଓ ପୋଲିସ ବିଭାଗର ଅଧିକାରୀଙ୍କ ଦ୍ୱାରା ଜିଲ୍ଲାରେ ଏକକାଳୀନ ଜିଲ୍ଲା ସଦର ମହକୁମା ସହ ବିଭିନ୍ନ ବ୍ଲକ ଅଞ୍ଚଳରେ ଅନୁଷ୍ଠିତ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

twelve − twelve =