ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡଃ ମନମୋହନ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ଆଜି ଦିଲ୍ଲୀ ଏମ୍ସରୁ ଘରକୁ ଫେରିଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି ବୋଲି ଏମ୍ସ ସୂତ୍ରରୁ କୁହାଯାଇଛି । ଗତ ସୋମବାରଠାରୁ ତାଙ୍କ ଶରୀରେ ଆଉ ଜ୍ୱର ନାହିଁ । ସେ ସ୍ୱାଭାବିକ ଭାବେ ଖାଦ୍ୟ ଗ୍ରହଣ କରୁଛନ୍ତି । ଡଃ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ କଂଗ୍ରେସ ମହଲରେ ଚିନ୍ତା ପ୍ରକଟ ସୃଷ୍ଟି ହୋଇଥିଲା । ଗତ ରବିବାରଦିନ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା ।