ପୋଲିସ, ଡାକ୍ତରଖାନା କର୍ମଚାରୀ ଓ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲା ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ ସମର୍ପିତ ଓଡିଶା

0 260

କରୋନା ମହାମାରୀ ର ଆଗ ଧାଡିରେ ରହି ଦୃଢ଼ ମୁକାବିଲା କରୁଥିବା ପୋଲିସ, ଡାକ୍ତରଖାନା କର୍ମଚାରୀ ଓ ସଫେଇ କର୍ମଚାରୀ ମାନଙ୍କୁ କରୋନା ଯୋଦ୍ଧା ଭାବେ ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ ସମର୍ପିତ ଓଡିଶା ପକ୍ଷରୁ ଖଦିଵସ୍ତ୍ର ଓ ସ୍ମୃତିଚିହ୍ନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।
ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ସମର୍ପିତ ର ଉପଦେଷ୍ଟା ତଥା ଖଦି ଗ୍ରାମଦ୍ୟୋଗ ବୋର୍ଡ ର ସଭାପତି ଶ୍ରୀଯୁକ୍ତ ସଂଗ୍ରାମ ପାଇକରାୟ ଓ ,ରାଜ୍ୟ ମହିଳା ଶିଶୁକଲ୍ୟାଣ ବିଭାଗ ର ଉପଦେଷ୍ଟା ଶ୍ରୀମତୀ ସୁଲତା ଦେଓ ଓ ସମର୍ପିତ ର ପ୍ରତିଷ୍ଠାତା ସଦାଶିବ ଜେନା ଙ୍କର ଉପସ୍ଥିତି ରେ ସଫେଇ କର୍ମଚାରୀ ମାନଙ୍କୁ ଓ ମଞ୍ଚେଶ୍ୱର ଥାନା ଅଧିକାରୀ ଯତିନ୍ଦ୍ର ନାଥ ସେଠୀ ଏବଂ ହାଇଟେକ ହସ୍ପିଟାଲ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ଜ୍ୟୋତିର୍ମୟ ପଣ୍ଡା ଙ୍କୁ ପ୍ରତିଷ୍ଠାତା ସଦାଶିବ ଜେନା ସମ୍ବର୍ଦ୍ଧିତ କରିବା ସହ ଧନ୍ୟବାଦ ଜଣାଇଥିଲେ।ଏହି କାର୍ଯ୍ୟକ୍ରମ ରେ ସମର୍ପିତ ର ସମ୍ପାଦକ ବିସ୍ମୟ ରାଉତ ରାଜେଶ ପରିଡା, ସୁଶୀଲକାନ୍ତ ପ୍ରଧାନ, ସାର୍ଥକ କୁମାର ପରିଡାଙ୍କ ସମେତ ଗଣ ମାଧ୍ୟମ ସଂଯୋଜକ ସୌମ୍ୟ ରଞ୍ଜନ ପ୍ରଧାନ,ସଭ୍ୟ ଗଣେଶ ପରିଡା, ସୌମେନ୍ଦ୍ର ଲେଙ୍କା, ବିଶ୍ୱଜିତ ପ୍ରଧାନ, ସନ୍ତୋଷ ପ୍ରଧାନ,ରାକେଶ ପରିଡା,ଶୁଭ୍ରଜିତ ସାହୁ ରିତେଶ ସାହୁ, ସର୍ବେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

hiranchal ad1
Leave A Reply

Your email address will not be published.

18 − fourteen =