ମୁମ୍ବାଇ, ୨୦/୪: ଆଜି ଏଠାରେ ଅନୁଷ୍ଠିତ ଆଇପିଏଲର ୩୨ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୯ ୱିକେଟରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି । ଜିତିବା ପାଇଁ ଦିଲ୍ଲୀ ଆଗରେ ୧୧୬ ରନର ଟାର୍ଗେଟ ରହିଥିଲା । ତେବେ ମାତ୍ର ୧ ୱିକେଟ ବିନିମୟରେ ୧୦.୩ ଓଭରରେ ଦିଲ୍ଲୀ ଏହି ଲକ୍ଷ୍ୟ ପୂରଣ କରିନେଇଥିଲା । ଦଳ ପକ୍ଷରୁ ଡାଭିଡ ୱାର୍ଣ୍ଣର ସର୍ବାଧିକ ଅପରାଜିତ ୬୦ ରନ କରିଥିଲାବେଳେ ପୃଥ୍ୱୀ ଶ’ ୪୧ ରନ କରିଥଲେ । ସର୍ଫରାଜ ଖାଁ ୧୩ଟି ବଲରୁ ୧୨ ରନ କରି ଅପରାଜିତ ଥିଲେ । ଏହି ବିଜୟ ପରେ ଦିଲ୍ଲୀ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି । ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରିନପାରି ପଞ୍ଜାବ ୧୧୫ ରନରେ ଅଲଆଉଟ୍ ହୋଇଥିଲା । ପଞ୍ଜାବ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଛି । ଦଳ ପକ୍ଷରୁ ଜିତେଶ ଶର୍ମା ସର୍ବାଧିକ ୩୨ ରନ କରିଥିବା ବେଳେ ଅଧିନାୟକ ମୟଙ୍କ ଅଗ୍ରୱାଲ ୨୪ ରନ କରିଛନ୍ତି । ଅକ୍ଷର ପଟେଲ୍ ମାତ୍ର ୧୦ ରନ ଦେଇ ୨ଟି, କୁଲଦୀପ ଯାଦବ ୨୪ ରନ ଦେଇ ୨ଟି, ଖଲିଲ ଅହମ୍ମଦ ୨୧ ରନ ଦେଇ ୨ ଏବଂ ଲଳିତ ଯାଦବ ମାତ୍ର ୧୧ ରନ ଦେଇ ୨ଟି ସଫଳତା ହାସଲ କରିଛନ୍ତି । ବୋଲରଙ୍କ ସାମୂହିକ ପ୍ରଦର୍ଶନ ଯୋଗଉ ପୟ୍ଜାବ ବଡ଼ ସ୍କୋର କରିବାରେ ସକ୍ଷମ ହୋଇନଥିଲା ।