ମହାବୀର କ୍ଷେତ୍ରରେ ଲଙ୍କାପୋଡ଼ି ଯାତ୍ରା ଉଦ୍‌ଯାପିତ, ଶ୍ରୀରାମଙ୍କ ରାଜ୍ୟାଭିଷେକ ମଞ୍ଚସ୍ଥ

0 345

ଦଶପଲ୍ଲା : ଭାରତ ପ୍ରସିଦ୍ଧ ଦଶପଲ୍ଲା କୁଜବନଗଡ଼ ଲୋକକଳା ଗ୍ରାମରେ ଲଙ୍କାପୋଡ଼ି ଯାତ୍ରାର ଅନ୍ତିମ ଦିବସ ବେଶ୍‌ ମନୋମୁଗ୍ଧକର ହୋଇଥିଲା । ସାରା ଦଶପଲ୍ଲା ସହର ପାଲଟି ଯାଇଥିଲା ଅଯୋଧ୍ୟା । ଦିନବେଳା ମନ୍ଦିରରେ ନୀତିକାନ୍ତି ସହ ପ୍ରଭୁ ଶ୍ରୀରାମଙ୍କ ରାଜ୍ୟାଭିଷେକ ବେଶ କରାଯାଇଥାଏ । ପ୍ରଭୁ ଶ୍ରୀରାମ ଚନ୍ଦ୍ର ଲଙ୍କପତି ରାବଣକୁ ନିଧନ କରି ସାରିବା ପରେ ସୀତା ମାତାଙ୍କୁ ଅଗ୍ନି ପରୀକ୍ଷା କରାଇ ବିଭୀଷଣଙ୍କ ନିର୍ଦ୍ଦେଶରେ ପୁଷ୍ପକ ବିମାନରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରନ୍ତି । ବାଟରେ ପ୍ରଭୂ ଶ୍ରୀରାମଚନ୍ଦ୍ର, ପୁଷ୍ପକ ବିମାନ ଉପରୁ, ବାଟରେ ବିଭିନ୍ନ ସ୍ଥାନ ସୀତା ମାତାଙ୍କୁ ଦେଖାଇଥାନ୍ତି ଏବଂ ଶେଷରେ ଋଷି ଭରଦ୍ୱାଜଙ୍କ ଆଶ୍ରମରେ ଆସି ବିଶ୍ରାମ କରନ୍ତି । ଭରଦ୍ୱାଜଙ୍କ ଆଶ୍ରମରୁ ଶ୍ରୀ ହନୁମାନଙ୍କୁ ବାର୍ତ୍ତା ଦେଇ ଅଯୋଧ୍ୟା ପ୍ରେରଣ କରନ୍ତି । ବାଟରେ ଗୁହ୍ୟକ ଶବର ସହ ଦେଖାହୁଏ । ଅନ୍ୟପଟେ ଭରତ ମହାରାଜା ଶ୍ରୀରାମଙ୍କ ଆଗମନକୁ ପ୍ରତିକ୍ଷାକରି ସମସ୍ତ ଅଯୋଧ୍ୟାପୁରୀ ସୁସଜ୍ଜିତ କରିଦେଇଥାନ୍ତି । କୁଳଗୁରୁ ବଶିଷ୍ଠଙ୍କ ନିର୍ଦ୍ଦେଶରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଚାରି ଭ୍ରାତଙ୍କ ସହ ଅଯୋଧ୍ୟା ସିଂହାସନରେ ଉପବେଶନ କରନ୍ତି । ସମସ୍ତ ଦେବତା ତଥା ବିଭିନ୍ନ ଦେଶର ରାଜା ,ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କୁ ଭେଟି ପ୍ରଦାନ କରନ୍ତି । ଏତିକିବେଳେ ବ୍ରାହ୍ମଣ ମାନଙ୍କ ବେଦ ପାଠ, ଦର୍ଶକଙ୍କ ହରିବୋଲ ଓ ହୁଳହୁଳି ଶବ୍ଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇଥାଏ । ପୂର୍ବ ପରଂପରା ଅନୁଯାୟୀ, ଦଶପଲ୍ଲାର ନରନାରୀ ଆଜି ବିଭିନ୍ନ ପ୍ରକାର ମିଷ୍ଠାନ୍ନ ସମସ୍ତ ପାରିଷଦ ଓ ଦର୍ଶକ ମାନଙ୍କୁ ଖୁଆଇଥାନ୍ତି । ଶେଷରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଚାରିଭ୍ରାତଙ୍କ ସହିତ ନଗର ଭ୍ରମଣ କରିବାକୁ ବାହାରିଯାଆନ୍ତି । ନଗର ଭ୍ରମଣ ବେଳେ ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କ ସମେତ ଅନ୍ୟ ଭାଇମାନଙ୍କୁ ନଗ୍ରବାସୀ ବନ୍ଦାପନା ସହିତ ଭକ୍ତି ଅର୍ଘ୍ୟ ସମର୍ପଣ କରିଥାନ୍ତି ।

hiranchal ad1
Leave A Reply

Your email address will not be published.

one × five =