ଖପ୍ରାଖୋଲରେ ବ୍ଲକସ୍ତରୀୟ ମେଗା ସ୍ୱାସ୍ଥ୍ୟ ଶିବିର,୮୪୦ ଜଣ ରୋଗୀ ଚିକିତ୍ସିତ

0 89

ପାଟଣାଗଡ଼: ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆୟୁଷ୍ମାନ ଭାରତ ବ୍ଲକ ସ୍ତରୀୟ ମେଗା ସ୍ୱାସ୍ଥ୍ୟ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ମେଡିକାଲ ଅଫିସର ଡା. ସୁରଜ କୁମାର ଦୀପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା ନିରୂପମା ପଟେଲ,ସମ୍ମାନିତ ଅତିଥି ରୂପେ ଜିଲା ପରିଷଦ ସଦସ୍ୟା ସଂଯୁକ୍ତା ମେହେର, ପ୍ରମିଳା ପାଥର, ବିଡିଓ ରଶ୍ମି ରଞ୍ଜନ ରାଉତ ପ୍ରମୁଖ ଯୋଗଦେଇ ଉଦଘାଟନ କରିଥିଲେ । ସ୍ୱାସ୍ଥ୍ୟ ଶିବିରରେ ଭେଷଜ ବିଶେଷଜ୍ଞ ଡା ହେମନ୍ତ କୁମାର ମେହେର, ଶିଶୁରୋଗ ବିଶେଷଜ୍ଞ ଡା. ଅରବିନ୍ଦ କାଳସାଏ, ଡା. ରାଜ ନାରାୟଣ ସ୍ୱାଇଁ, ଡା. ବାଳକୃଷ୍ଣ ପୁରୋହିତ, ଡା. ନିଲେସ କୁମାର ମେହେର,ଡା. ମୋନାଲିସା ନାୟକ, ଡା. ବିଜୟ ମେହେର, ଡା. ମଧୁସ୍ମିତା ମେହେର, ଡା. ରାଜେଶ୍ୱରୀ ସାହୁ,ଡା. ଶୋଭାବତୀ ମେହେର, ଡା. ମିନତୀ ହେମ୍ରରମ, ଡା. ଅଂଶୁପା ଭୋଇ ପ୍ରମୁଖ ଯୋଗଦେଇ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଦ ବଣ୍ଟନ କରିଥିଲେ । ସ୍ୱାସ୍ଥ୍ୟ ଶିବିରର ପରିଦର୍ଶନ ପାଇଁ ବଲାଙ୍ଗୀର ଜିଲା ଏଡିପିଏଚ ଓ ରୋଗ ନିୟନ୍ତ୍ରଣ ଡା. ନମିତା ମିଶ୍ର ଯୋଗ ଦେଇଥିଲେ । ଶିବିରରେ ୮୪୦ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେହିପରି ୧୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଜଣାଯାଇଛି । ଏହି ଅବସରରେ ଆଇସିଡିଏସ ବିଭାଗ ତରଫରୁ ଖାଦ୍ୟ ପ୍ରଦର୍ଶନୀ ପ୍ରଦର୍ଶିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିପିଏମ ଯୁଗଳ କିଶୋର ସାହୁ, ପି ଏଚ ଇ ଓ ବାଲଚନ୍ଦ୍ର ଛାତ୍ରୀଆ,ମିତା ରାଣୀ ଦାସ ସମେତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

one × two =