ଘରେ ରୋଗୀ ଚିକିତ୍ସା କରି ସସ୍‌ପେଣ୍ଡ ହେଲେ ଡାକ୍ତର ଦମ୍ପତି

0 36

କାନପୁର: ସରକାରୀ ଚାକିରି କରି ଘରେ ରୋଗୀ ଚିକିତ୍ସା କରିବା ଡାକ୍ତର ଦମ୍ପତିଙ୍କୁ ମହଙ୍ଗା ପଡିଛି । ଏହି ଘଟଣାରେ କାନପୁର ମେଡିକାଲ କଲେଜ ପକ୍ଷରୁ ସମ୍ପୃକ୍ତ ଡାକ୍ତର ଦମ୍ପତିଙ୍କୁ ନିଲମ୍ବିତ କରାଯାଇଛି । ଏହି ବରିଷ୍ଠ ଡାକ୍ତର ପତି-ପତ୍ନୀ ହେଉଛନ୍ତି ଡ. ରାଗଭେନେନ୍ଦ୍ର ଗୁପ୍ତା ଏବଂ ଡ. ସ୍ୱପ୍ନିନିଲ ଗୁପ୍ତା । ଆୟକର ବିଭାଗ ଚଢାଉ ପରେ ଉଭୟଙ୍କୁ ସରକାରୀ ଚାକିରିରୁ ନିଲମ୍ବିତ କରାଯାଇଛି । ସେମାନଙ୍କୁ ବାନ୍ଦା ମେଡିକାଲ କଲେଜକୁ ଟ୍ରାନ୍ସଫର କରାଯାଇଛି । ଡ. ଗୁପ୍ତା ନ୍ୟରୋ ସର୍ଜନ ହୋଇଥିବା ବେଳେ ତାଙ୍କ ପତ୍ନୀ ଜିଏସଭିଏମ ମେଡିକାଲ କଲେଜରେ ପାଥଲୋଜି ବିଭାଗରେ ସହକାରୀ ପ୍ରଫେସର ଅଛନ୍ତି । କାନପୁର ମେଡିକାଲ କଲେଜ ପକ୍ଷରୁ ସମ୍ପୃକ୍ତ ଡାକ୍ତର ସ୍ୱାମୀ-ସ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ସରକାରୀ ଚାକିରି କରିଥିବା ଡ.ସ୍ୱପ୍ନିଲ ଗୁପ୍ତାଙ୍କର ଏକ ଘରୋଇ ପାଥଲୋଜି ରହିଛି । ଆୟକର ବିଭାଗ ପକ୍ଷରୁ ରେଡ୍‌ ବେଳେ ୧.୩୦ କୋଟି ଟଙ୍କା ଜବତ କରାଯାଇଛି ।

hiranchal ad1
Leave A Reply

Your email address will not be published.

18 − 13 =