ଭୁବନେଶ୍ୱର:ଗତ ପଂଚାୟତ ନିର୍ବାଚନବେଳେ ୱାର୍ଡମେମ୍ବର, ସରପଂଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପଦବୀ ନିମନ୍ତେ ନିର୍ବାଚନ ସମୟରେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ଯେଉଁସବୁ ସ୍ଥାନରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା, ସେଠାରେ ପୁନର୍ବାର ବିଧିବ୍ୟବସ୍ଥା ଅନୁସାରେ ନିର୍ବାଚନ କରାଇବା ଲାଗି ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ନିର୍ବାଚନ ସ୍ଥଗିତ ଥିବା ସ୍ଥାନରେ ଆସନ୍ତା ମଇ ମାସ ୨୭ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ ।
ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁସାରେ ଅପ୍ରେଲ ୨୬ ତାରିଖରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ନୋଟିସ୍ ଜାରି କରାଯିବ । ଏପ୍ରିଲ୍ ୨୯ ତାରିଖରୁ ମେ ୨ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଗ୍ରହଣ ଓ ଦାଖଲ କରାଯିବ । ମେ ୦୪ ତାରିଖରେ ନାମାଙ୍କନ ପତ୍ର ଯାଂଚ, ମେ ୦୫ ତାରିଖରେ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ମେ ୦୭ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ ଏବଂ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ମେ ୨୭ ତାରିଖ ସକାଳ ୭ଟାଠାରୁ ଦିନ ୧ ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ୨୮ରେ ଭୋଟଗଣତି ଓ ନିର୍ବାଚନ ଫଳାଫଳ ଘୋଷଣା ହୋଇ ୩୧ ତାରିଖରେ ବିଜୟୀ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ନିର୍ବାଚନ କମିଶନ ସୂତ୍ରରୁ ପ୍ରକାଶ ।
ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ଅଂଚଳରେ ଅପ୍ରେଲ ୨୧ ତାରିଖଠାରୁ ମଇ ୨୮ ତାରିଖ ପର୍ଯ୍ୟନ୍ତ ଆଦର୍ଶ ଆଚରଣ ବିଧି ଲାଗୁ ହେଲା । ପୂର୍ବରୁ ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀମାନେ ପୁନରାୟ ନାମାଙ୍କନ ପତ୍ର ଦାଖଲ କରିବା ଆବଶ୍ୟକ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବିନ୍ଦ୍ର ନାଥ ସାହୁ ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post