ଠିକାଦାରୀ ସଂସ୍ଥାର ମନମାନି, ଫାଟିଲା ଆଜବେଷ୍ଟ ଓ ଘର କାନ୍ଥ

0 241

ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗୀର ଓସାରିଆ ରେଳପ୍ରକଳ୍ପରେ କାର୍ଯ୍ୟ କରୁଥିବା ଠିକାଦାରୀ ସଂସ୍ଥାର ମନମାନି ଓ ଦବଙ୍ଗଗିରି ଯୋଗୁଁ କ୍ଷତିଗ୍ରସ୍ତ ହେଉଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଟାକରା ଗ୍ରାମପାୟତର ସାଧାରଣ ଜନତା । କାର୍ଯ୍ୟ ସମୟରେ ହାଇୱା, ଜେସିବି ଓ ଟିପ୍ପର ଯୋଗୁଁ ଉଡୁଥିବା ଧୂଳିରେ ଅତିଷ୍ଠ ହୋଇପଡିଲେଣି ଅସିନି ବେରେଣା, ଟାକରା, ଗୋପାଳପୁର, ରଥିପୁର, ଝିଣ୍ଟିକା ବାରି, ମଠସାହି, ବୁଗୁଡା କଲୋନୀ ଓ ବୁଗୁଡା ଗ୍ରାମର ଜନସାଧାରଣ । କାର୍ଯ୍ୟ କରୁଥିବା ଠିକାଦାରୀ ସଂସ୍ଥାର ଦାଦାଗିରି ଯୋଗୁଁ ଅତିଷ୍ଠ ହୋଇପଡିଲେଣି ସାଧାରଣ ଜନତା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ଟାକରା ଗ୍ରାମପଂଚାୟତର ଝିଣ୍ଟିକାବାରୀ ଗ୍ରାମରେ ।

hiring

ଏହି ଗ୍ରାମର ସୁଶାନ୍ତ କୁମାର ସୁବୁଦ୍ଧିଙ୍କ ପଟ୍ଟା ଜମି ଓ ବାସଗୃହ ନିକଟରେ ଠିକାଦାରୀ ସଂସ୍ଥା ଯୋର୍‌ ଜବରଦସ୍ତ ପ୍ରକଳ୍ପ କାର୍ଯ୍ୟ କରୁଥିବାରୁ ଭାରିଜାନର ଯାତାୟତ ଓ ଭାଇବ୍ରେସନ୍‌ ରୋଲରର କମ୍ପନ ଯୋଗୁଁ ସୁଶାନ୍ତ ପୃଷ୍ଟିଙ୍କ ବାସଗୃହର କାନ୍ଥ ଫାଟିଯିବା ସଂଗେ ସଂଗେ ଆଜବେଷ୍ଟ ମଧ୍ୟ ଫାଟି ଯାଇଛି । ସୁଶାନ୍ତ ଏ ସଂପର୍କରେ ଠିକାଦାରୀ ସଂସ୍ଥାର କାର୍ଯ୍ୟନିର୍ବାହୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସେ ଏଥିପ୍ରତି କର୍ଣ୍ଣପାତ ନକରି କାର୍ଯ୍ୟ ଚାଲୁ ରଖିଛନ୍ତି । ପ୍ରମାଣ ଥାଉକି ସୁଶାନ୍ତଙ୍କ ଘର ଓ ଘରବାଡି ରେଳପ୍ରକଳ୍ପରେ ସଂପୂର୍ଣ୍ଣ ଭାବରେ ଯାଉଥିଲେ ମଧ୍ୟ ତାଙ୍କୁ ଅଦ୍ୟାବଧି କୌଣଷି କ୍ଷତିପୂରଣ ଦିଆଯାଇନାହିଁ । ଯଦି ଏଭଳି କାର୍ଯ୍ୟ ଚାଲୁରହେ ତେବେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପିଲାଛୁଆ ଧରି ଅନଶନ କରିବେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

twenty + 10 =