ଭୁବନେଶ୍ୱର:ଭୁବନେଶ୍ୱର ରେଳ ଷ୍ଟେସନ ପରିସରରେ ଜୈନକ ଯୁବକକୁ ଅନ୍ୟ ଜଣେ ଯୁବକ ପିଟିପିଟି ହତ୍ୟା କରିଥିବା ଜଣାପଡିଛି । ଘଟଣାରୁ ଜଣାପଡିଛି ଯେ, ଭୁବନେଶ୍ୱର ରେଳ ଷ୍ଟେସନର ପୁରୁଣା ଟିକେଟ କାଉଣ୍ଟର ସମ୍ମୁଖରେ ମହମ୍ମଦ ଆଲମ ଓ ଶଙ୍କର ପାଣ୍ଡେ ନାମକ ଦୁଇଜଣ ଯୁବକ ନିଜ ନିଜର ପରିବାର ସହ ରୁହନ୍ତି । ଶନିବାର ଦିନ ଅପରାହ୍ନରେ କୌଣସି କାରଣରୁ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡରୁ କଥା ବଢି ନିଜ ନିଜ ମଧ୍ୟରେ ମାର ପିଟି ହୋଇଥିଲେ ।ମାର ପିଟ ସମୟରେ ଶଙ୍କର କୌଣସି ଏକ ଅସ୍ତ୍ରରେ ଆଲମର ଛାତିକୁ ବାରମ୍ବାର ଆଘାତ କରିବା ଦ୍ୱାରା ଆଲମ ଘଟଣା ସ୍ଥଳରେ ପଡି
ଯାଇଥିଲା । ଏହା ଦେଖି ଆଲମର ପତ୍ନୀ ଓ କନ୍ୟା ଏକ ଅଟୋ ରିକ୍ସା ଦ୍ୱାରା ଆଲମକୁ କ୍ୟାପିଟାଲ ହସ୍ପିଟାଲକୁ ନେଇ ଯାଇଥିଲେ । ମାତ୍ର ସେଠାରେ ଦାୟିତ୍ୱରେ ଥିବା ଡାକ୍ତର ଆଲମକୁ ମୃତ ଘୋଷଣା କରିଥିଲେ । କ୍ୟାପିଟାଲ ହସ୍ପିଟାଲ ଫାଣ୍ଡିରୁ ଖବର ପାଇ ଜିଆରପି ଥାନା ପୋଲିସ ସଙ୍ଗେ ସଙ୍ଗେ ଅଭିଯୁକ୍ତ ଶଙ୍କର ପାଣ୍ଡେକୁ ନେଇ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛନ୍ତି । ଅପର ପକ୍ଷରେ ଶଙ୍କରର ପତ୍ନୀ ନିଜ ପିଲାଙ୍କୁ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post