ପାଟଣାଗଡ଼,୨୮/୪- ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ ତ୍ରିପାଠୀ । ବୁଧବାର ବେଲପଡ଼ା ବ୍ଲକ ସାତଚୁଆ ଗାଁ ନିକଟରେ ଥିବା ସାରସ କୁକୁଡ଼ା ଫାର୍ମକୁ ଗସ୍ତକରି ବୁଲି ଦେଖିଥିଲେ । ଶ୍ରୀ ତ୍ରିପାଠୀଙ୍କ ଗସ୍ତବେଳେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ପାଟଣାଗଡ଼ ଉପ-ଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ବଲାଙ୍ଗୀର ଜିଲ୍ଲା ପ୍ରାଣୀଧନ ନିରୀକ୍ଷକ ଉପଖଣ୍ଡ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କୁକୁଡା ଫାର୍ମ ଲୋକମାନଙ୍କ ଜ୍ଞାନ କୌଶଳରେ ଆରମ୍ଭକରି ବର୍ତ୍ତମାନ ସାରା ରାଜ୍ୟରେ ନାମ କରିଥିବାବେଳେ ଏହି ଫାର୍ମରୁ ହେଟେରିଫାର୍ମର କୃତିମ ଆର୍ଗାନିକ ପ୍ରକଳନ ମାଧ୍ୟମରେ ଛୁଆ ପ୍ରସ୍ତୁତ କରି ସାରାଦେଶକୁ ଯୋଗାଇ ଦେଉଛନ୍ତି । ଏହି ଅଣ୍ଡାଦିଆ କୁକୁଡା ୩୦ ଏକର ସ୍ଥାନରେ ୮ଟି ସେକ ନିର୍ମାଣ କରି ୨୫ ହଜାର କୁକୁଡା ରଖିଥିବା ବେଳେ ୧୦ ହଜାର ଅଣ୍ଡିରା କୁକୁଡ଼ାରୁ ସିମେନ୍ସ ବାହାର କରି ମାଇ କୁକୁଡାକୁ ଇଂକେକୁ କରି ଛୁଆ ଦିଆ ଅଣ୍ଟା ବାହାର କରି ନିଜେ ଏହାକୁ ଇନକ୍ୟୁବେଟରରେ ପକାଇ ଅନ୍ୟ ସ୍ଥାନରେ ଛୁଆ ପ୍ରସ୍ତୁତ କରି ପାରୁଛନ୍ତି । ଏହି କୁକୁଡା ଫାର୍ମ ଦେଖି ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ସନ୍ତୋଷ ପ୍ରକାଶ କରିଥିଲେ । ତାଙ୍କସହ ଏକ ଉଚ୍ଚ଼ସ୍ତରୀୟ ପ୍ରତିନିଧି ଦଳ ଫାର୍ମକୁ ବୁଲି ଦେଖିଥିଲେ ଏଥିପାଇଁ ପଶ୍ଚିମ ଓଡିଶା ବିକାଶ ପାଣ୍ଠିରୁ ଋଣ ଆଣି ପରିଶୋଧ କରୁଥିବା ଜାଣିି ଖୁସିବ୍ୟକ୍ତ କରିଥିଲେ ।