ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ

0 74

ବୌଦ୍ଧ,୨୮/୪:- ବୌଦ୍ଧ ଜିଲ୍ଲା ସ୍ତରୀୟ ଅପ୍ରେଲ ମାସର ଶିକ୍ଷା ସମୀକ୍ଷା ବୈଠକ ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ଉଦୟନାଥ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପିଲାଙ୍କର ଶ୍ରେଣୀ ଉତ୍ତୀର୍ଣ୍ଣ ଓ ନାମଲେଖା କାର୍ଯ୍ୟ କିପରି ଚାଲିଛି, ଏକ୍ସଟଣ୍‌ଡେଡ ଏମ ଆଇଏସରେ ପିଲାଙ୍କ ତଥ୍ୟ ଯାଞ୍ଚ କରି ପଞ୍ଜିକରଣ ଓ ସଂଶୋଧନ କରିବା, ପିଲା ସାର୍ଟିଫିକେଟ ନେଲାପରେ କେଉଁ ବିଦ୍ୟାଳୟରେ ନାମଲେଖାଇବ ଅଭିଭାବକ ପାଖରୁ ଲିଖିତ ତଥ୍ୟ ରଖିବା, ସମସ୍ତ ବିଦ୍ୟାଳୟ ମାନଙ୍କରେ ବର୍ଷାଜଳ ସଂରକ୍ଷଣ ପାଇଁ ସଚେତନ କରାଇବା, ଘରୋଇ ବିଦ୍ୟାଳୟ ମାନଙ୍କରେ ୨୫% ମାଗଣା ଶିକ୍ଷାପାଇଁ ନାମଲେଖା ନିଶ୍ଚିତ କରିବା, ସି ଓ ଆର ନପାଇ ଚାଲୁଥିବା ଘରୋଇ ବିଦ୍ୟାଳୟକୁ ନୋଟିସ କରିବା, ମୋ ସ୍କୁଲ ଅଭିଯାନ ଉପରେ ଆଲୋଚନା କରି ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ହୋଇଥିବା ଦଶଟି ୫ଟି ହାଇସ୍କୁଲର ୟୁ ସି ମଇ ମାସ ପାଞ୍ଚ ତାରିଖ ଭିତରେ ସଂଗ୍ରହ କରିବା, ଆଧାର ପଞ୍ଜିକରଣ, ଇ.ଲାଇବ୍ରେରୀ ପାଇଁ ଆବଶ୍ୟକ କମ୍ପ୍ୟୁଟର ଓ ନେଟ ସଂଯୋଗ, ଯେଉଁ ବିଦ୍ୟାଳୟ ଗୁଡିକର ଜମି ଘରୋଇ ବ୍ୟକ୍ତିଙ୍କ ନାମରେ ରହିଛି ତାର ତଥ୍ୟ ପ୍ରଦାନ, ବନ୍ଦ ହୋଇଥିବା ସ୍କୁଲଗୁଡିକର ବିଲଡିଂ ହସ୍ତାନ୍ତର ହୋଇଛି କି ନାହଁ ଏବଂ ବ୍ୟବହାର ହେଉଛି କି ନାହିଁ ତାର ତଥ୍ୟ ପ୍ରଦାନ କରିବା, ବିଦ୍ୟାଳୟ ମାନଙ୍କର ପିଇବା ପାଣି ନିଶ୍ଚିତ କରିବା ଆଦି ବିଷୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ମାଝୀ ପଚାରି ବୁଝିବା ସହିତ ତଥ୍ୟ ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ଆଲୋଚନାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲା, ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବରାଜ ପ୍ରଧାନ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫାଲ୍ଗୁନୀ ମାଝୀ, କମଳକାନ୍ତ ଦଳବେହେରା, ଅଖିଳ କୁମାର ପ୍ରଧାନ, ସି ଆର ସି ସି ରାଜକୁମାର ପ୍ରଧାନ, ସନ୍ତୋଷ କୁମାର କର୍ଣ୍ଣ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଯୋଜନା ସଂଯୋଜକ ଦେବାଶିଷ ଦ୍ୱାରି ମୋ ସ୍କୁଲ ଅଭିଯାନର ୟୁ ସି ସମ୍ବନ୍ଧୀୟ ତଥ୍ୟ ଦେବା ସହିତ ବିଦ୍ୟାଳୟ ମାନଙ୍କୁ ଯାଉଥିବା ଅନୁଦାନ ପାସବୁକ ମାନଙ୍କରେ ବେଚକ୍‌ରେଡିଟ ନ ଲେଖି ତାହା ଉଲ୍ଲେଖ ରହିବା ଆବଶ୍ୟକ ଉପରେ ମତ ରଖିଥିଲେ । ଆନ୍ତର୍ନିବେଶି ଶିକ୍ଷା ସଂଯୋଜକ ହରିଶଙ୍କର ଦଣ୍ଡସେନା ପାରଦର୍ଶି ପୋର୍ଟାଲରେ ଆବେଦନ ଓ ଘରୋଇ ବିଦ୍ୟାଳୟରେ ଅଭାବୀ ପିଲାଙ୍କ ନାମଲେଖା ସୂଚନା ଦେଇଥିଲେ । ମଧ୍ୟାହ୍ନ ଭୋଜନ ସମ୍ୱନ୍ଧୀୟ ସୂଚନା ସନ୍ତୋଷ କୁମାର ସ୍ୱାଇଁ ଦେଇଥିବା ବେଳେ ବିଦ୍ୟାଳୟ ପୋଷାକ ସମ୍ୱନ୍ଧୀୟ ସୂଚନା ରାଜଲକ୍ଷ୍ମୀ ପଣ୍ଡା ରଖିଥିଲେ । ଉକ୍ତ ବୈଠକରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ଜଗତ ମଲିକ, ସ୍ୱରାଜ କହଁର, ସି ଆର ସି ସି ପ୍ରଜିଣା ପାଢ଼ୀ, ଶ୍ରୀଧର ନାଏକ, ଧରଣୀଧର ମେହର, ପରମେଶ୍ୱର ମେହେର, ସାଥ ଇ ର ଜିଲ୍ଲା ପ୍ରତିନିଧି ଜୟଶଙ୍କର ବାଗଙ୍କ ସହିତ ବିଭିନ୍ନ ବିଭାଗୀୟ ସଂଯୋଜକମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

ten − 10 =