ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୨ତମ ଜନ୍ମ ଜୟନ୍ତୀ ପାଳିତ

0 58

ଘୁ ଉଦୟଗିରି: ସମ୍ବାଦ,ଆମ ଓଡ଼ିଶା ଆନୁକୁଲ୍ୟରେ ଘୁ. ଉଦୟଗିରି ସୁଭଦ୍ରା ମହତାବ ସେବାସଦନ ପରିସରରେ ମଧୁବାବୁ ଜୟନ୍ତୀ ବା ସ୍ୱାଭିମାନ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ସମ୍ବାଦ ପ୍ରତିନିଧି ସମୀର କୁମାର୍‌ ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର ଯୋଗ ଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ ଯୋଗ ଦେଇଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିଛବିରେ ପୁଷ୍ପ ମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବା ପରେ ସେବାସଦନର ଛାତ୍ରୀମାନଙ୍କ ଦ୍ୱାରା ଉତ୍କଳ ସଙ୍ଗୀତ ଗାନ କରାଯାଇଥିବା ବେଳେ ଜଣେ ଛାତ୍ରୀ ମଧୁବାବୁଙ୍କ ଜୀବନୀ ବିଷୟରେ ପଠନ କରି ଛାତ୍ରୀ ମାନଙ୍କୁ ଶୁଣାଇଥିଲେ । ସମ୍ବାଦର ପ୍ରତିନିଧି ସମୀର ପାଢ଼ୀ ମଧୁବାବୁଙ୍କ ବିଷୟରେ ବକ୍ତବ୍ୟ ରଖିବା ପରେ ଛାତ୍ରୀମାନଙ୍କ ସହିତ କିଛି ସ୍ମୃତି ଆଲୋଚନା କରିଥିଲେ । ପରେ ଉପାଧ୍ୟକ୍ଷ ସନ୍ତୋଷ ବାଘ ନିଜ ଅଭିଭାଷଣରେ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ନିମନ୍ତେ କହିବା ସହିତ ଏହି ସେବାସଦନରରେ ପାଠ ପଢି ଭଲ ମଣିଷ ହେବା ନିମନ୍ତେ ଚେଷ୍ଟା କରିବା ବୋଲି କହିଥିବା ବେଳେ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ବିଷୟରେ ବା ସ୍ୱାଭିମାନ ଦିବସ ବିଷୟରେ ନିଜ ବକ୍ତବ୍ୟ ରଖିଥିଲେ । ଉତ୍କଳ ପ୍ରଦେଶ କିପରି ଗଠନ କରାଗଲା ଓ ସେଥିନିମନ୍ତେ ମଧୁବାବୁଙ୍କ ଅବଦାନ କ’ଣ ରହିଥିଲା ସେ ବିଷୟରେ ବର୍ଣ୍ଣନା କରି ଛାତ୍ରୀମାନଙ୍କୁ ଉତ୍ସାହ କରି ଓଡ଼ିଆ ଭାଷା ଓ ଓଡ଼ିଶା ଗଠନ ସହିତ ମଧୁବାବୁଙ୍କ ଓଡ଼ିଶା ପ୍ରତି ଅତୁଳନୀୟ ଅବଦାନ ବିଷୟରେ ବର୍ଣ୍ଣନା କରି ନିଜ ଅଭିଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସେବାସଦନର ସମସ୍ତ ଶିକ୍ଷୟତ୍ରୀ, ୱାଡେନ୍‌ ଉପସ୍ଥିତ ରହିଥିଲେ । ଶେଷରେ ସ୍ଥାନୀୟ ସେବା ସଦନର ଛାତ୍ରୀମାନଙ୍କ ଦ୍ୱାରା ଉଦଯାପନୀ ସଙ୍ଗୀତ ଗାନ କରି ସମସ୍ତଙ୍କୁ ଧନ୍ୟବାଦ୍‌ ଦେଇ କାର୍ଯ୍ୟକ୍ରମ ସାଙ୍ଗ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

16 + 20 =